କେନ୍ଦ୍ରମନ୍ତ୍ରୀ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ

Spread the love

ଭଦ୍ରକ : ବିଜେପିର କେନ୍ଦ୍ର କ୍ରୀଡାମନ୍ତ୍ରୀ ବ୍ରିଜ ଭୂଷଣ ସିଂଙ୍କୁ ଗିରଫ କରାଯିବା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ପ୍ରତିବାଦ ସଭା ସ୍ଥାନୀୟ ବନ୍ତଛକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଓଡ଼ିଶା କୃଷକ ସଭାର ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ ସଭାପତିତ୍ୱ କରିଥିଲେ । ବିଜେପିର ସାଂସଦ ବ୍ରିଜ ଭୂଷଣ ସିଂ ମହିଳା ମଲ୍ଲ ଯୋଦ୍ଧାଙ୍କୁ ବଳାତ୍କାର କରିବାର ୪୦ ଦିନ ବିତି ଯାଇଥିଲେ ହେଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଚାପରେ ତାଙ୍କୁ ଗିରଫ କରୁନାହିଁ ପୁଲିସ । ସୁପ୍ରିମ୍ କୋର୍ଟଙ୍କ ଆଦେଶ ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମଧ୍ୟ କେନ୍ଦ୍ର ସରକାର ଅଭିଯୁକ୍ତ ବ୍ରିଜ ଭୂଷଣଙ୍କୁ ଗିରଫ ନ କରି ସୁରକ୍ଷା ଦେଇ ସମଗ୍ର କ୍ରୀଡାବିତ୍ ସମାଜ ପ୍ରତି ବିଶ୍ୱାସଘାତକତା କରିବା ସହିତ ନାରୀ ସମାଜକୁ ବିଜେପି ଦଳ ଓ କେନ୍ଦ୍ର ସରକାର ଅପମାନିତ କରିଛି ବୋଳି ମିଳିତ ସଂଯୁକ୍ତ ମୋର୍ଚ୍ଚାର ନେତୃମଣ୍ଡଳ ଯଥା : କିଷାନ ସଭାର ସଭାପତି ଚନ୍ଦ୍ର ଶେଖର ନାୟକ, ସମ୍ପାଦକ ପ୍ରଫେସର ପ୍ରଭାସ ଚନ୍ଦ୍ର ମହାପାତ୍ର, ଓଡ଼ିଶା କ୍ଷେତ ମଜଦୂର ୟୁନିୟନ ଭଦ୍ରକ ଜିଲ୍ଳା ସମ୍ପାଦକ ଗିରିଧାରୀ ନାଥ, ସି.ଆଇ.ଟି.ୟୁ. ନେତା ରାଧା ଦାସ, ଶେଖ୍ କମର, ଗଣତାନ୍ତ୍ରିକ ଯୁବ ଫେଡ଼େରେସନ ନେତା ବିନୋଦ ସାହୁ, ପ୍ରତାପ କୁମାର ସେଠୀ, ଶ୍ରମିକ ସଂଗଠନର ଚାନ୍ଦବାଲି ନେତା ମଳୟ ଭୋଇ, ତିହିଡ଼ିର ବିଷ୍ଣୁ ଦାଶ, ଆଡ୍‌ଭୋକେଟ ଅଗଣି ଚରଣ ଜେନା ପ୍ରମୁଖ ବକ୍ତାମାନେ ପ୍ରତିବାଦ କରି ବ୍ରିଜ୍ ଭୂଷଣଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଏଥି ସହିତ ହରିୟାଣାର ବିଜେପି ଦଳର ସନ୍ଦିପ ସିଂହଙ୍କୁ ମଧ୍ୟ ଗିରଫ କରିବାକୁ ନେତାମାନେ ଦାବି କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଗୋଲାମ ମୁସ୍ତାଫା, ସେକ୍ କାଲୁ, ମିନାଜ ଖାଁ, ତାରିଖ୍ ଖାଁ, ଅନୱର ଉଦ୍ଦିନ, ସେକ୍ ଜବାର, ମାର୍କଣ୍ଡ ଜେନା, ସତ୍ୟମୂ ର୍ୀ ବେହେରା ପ୍ରମୁଖ ପ୍ରତିବାଦ କରି ବକ୍ତବ୍ୟ ରଖିଥିଲେ । ସଭାରେ ମଧ୍ୟ ବିଜେପିର ଜନମାରଣ ନୀତି, ରାଷ୍ଟ୍ରପତିଙ୍କୁ ନୂତନ ପାର୍ଲାମେ ଗୃହର ଉଦ୍‌ଘାଟନକୁ ନିମନ୍ତ୍ରଣ ନ କରିବା ଅପକର୍ମ ଆଦିକୁ ନିନ୍ଦା କରାଯାଇଥିଲା । ପରେ କୃଷକ ନେତା ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ସିଟୁ ନେତା ରାଧା ଦାସ, ଯୁବନେତା ପ୍ରତାପ ସେଠୀ, ପ୍ରଫେସର ପ୍ରଭାସ ମହାପାତ୍ର, କ୍ଷେତ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗିରିଧାରୀ ନାଥ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ବ୍ରିଜ ଭୂଷଣ ସିଂ ଓ ହରିଆଣା ମନ୍ତ୍ରୀ ସନ୍ଦିପ ସିଂଙ୍କୁ ଗିରଫ କରିବା ଦାବିରେ ଜିଲ୍ଳାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *