ଧାମରାରେ ଅତିରିକ୍ତ ତହସିଲଦାରଙ୍କ ଅଫିସ ଏକ ପ୍ରହସନ, ଫଳକରେ ସିମୀତ ହୋଇ ରହିଛି

Spread the love

ଭଦ୍ରକ : ଭଦ୍ରକ ଜିଲା ଧାମରାରେ ଖୋଲିଥିବା ଅତିରିକ୍ତ ତହସିଲଦାରଙ୍କ ଅଫିସ କେବଳ କାଗଜ ପତ୍ରରେ ଚାଲିଛି ଅଥବା ଏହା ପ୍ରକୃତରେ ସାଧାରଣ ଜନତାଙ୍କ କାଯ୍ର୍ୟରେ ଲାଗିଛି ତାହା ପ୍ରଶ୍ନବାଚୀ ହୋଇ ପଡିଛି। ୧୯୯୭ ମସିହାରେ ଏହି ଅଫିସ କାଗଜପତ୍ରରେ ଆରମ୍ଭ ହୋଇଥିବା ବେଳେ ପୁନଶ୍ଚ ଏହା ର ନବୀକରଣ ୨୦୧୭ ମସିହାରେ ହୋଇଥିଲା। ୨୦୧୭ ମସିହା ଠାରୁ ଆରମ୍ଭ ହୋଇଥିବା ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସ କିଛି ଦିନ କାଯ୍ର୍ୟକାରୀ ହେବା ପରେ ତାହା ପୁନଶ୍ଚ ସବୁଦିନ ପାଇଁ ବନ୍ଦ ମଧ୍ୟ ହୋଇଯାଇଥିଲା।୨୦୧୭ ମସିହା ଅଗଷ୍ଟ ୨୫ତାରିଖରେ ପ୍ରକୃତରେ ସରକାରଙ୍କ ଆଦେଶ କାଯ୍ର୍ୟକାରୀ ହେବାପରେ ୪ବର୍ଷ ପାଇଁ ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସରେ ୪ଜଣ ଅତିରିକ୍ତ ତହସିଲଦାର ପଯ୍ର୍ୟାୟକ୍ରମେ ନିଯୁକ୍ତି ପାଇଥିଲେ। ମାତ୍ର ତାହା ପୁଣି ସ୍ୱଳ୍ପ ସମୟ ପାଇଁ। ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସ ଖୋଲିବାର ଅଭିପ୍ରାୟ ଥିଲା ଧାମରା ୮ପଞ୍ଚାୟତ ଯଥା ଧାମରା,ବାଂଶଡା,କଇଥଖୋଲା,ଦୋସିଙ୍ଗା,କରଞମାଳ,କରଣପଲ୍ଲୀ,ପଞ୍ଚିଟିକ୍ରି,ଜାଗୁଳା ପଞ୍ଚାୟତର ଲୋକ ଚାନ୍ଦବାଲି ତହସିଲକୁ ନଯାଇ ସମସ୍ତ ସାର୍ଟିଫିକେଟ ତଥା ଅନ୍ୟାନ୍ୟ ଜମି ସଂକ୍ରାନ୍ତୀୟ କାଗଜପତ୍ର ପାଇବାରେ ଅହେତୁକ ବିଳମ୍ବର ଅନ୍ତ ଘଟିବ ବୋଲି । ଏହି ସ୍ୱପ୍ନ ସାକାର ହେବା ପରିବର୍ତେ ଆଜି ଭଳି ଦିନରେ ଏହା ଏକ ପ୍ରହସନ ପାଲଟିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏହି ଅତିରିକ୍ତ ତହସିଲଦାରଙ୍କ କାଯ୍ର୍ୟାଳୟରେ ଜଣେ ବରିଷ୍ଠ କିରାଣୀ,କନିଷ୍ଠ କିରାଣୀ,ଜଣେ ଡାଟା ଏଂଟ୍ରି ଅପରେଟରକୁ ନେଇ କିଛି ଦିନ କାଯ୍ର୍ୟ ସମ୍ପର୍ଣ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏହି ଅଫିସ ପୁନଶ୍ଚ ସଂପୂର୍ଣ ବନ୍ଦ ହୋଇଗଲା ତାହା କୌଣସି ଜନସାଧାରଣଙ୍କୁ ମଧ୍ୟ ଅବଗତ କରାଗଲା ନାହିଁ । ଧାମରା ବନ୍ଦରର ଯେ କୌଣସି କାଯ୍ର୍ୟ ଥିଲେ କିଛି ଦିନ ପାଇଁ ଏହି ଅତିରିକ୍ତ ତହସିଲଦାରଙ୍କ ଅଫିସ ଖୋଲିଥାଏ ଏବଂ ସେହି କାଯ୍ର୍ୟ ଶେଷ ହୋଇଗଲେ ତାହା ପୁନଶ୍ଚ ବନ୍ଦ ହୋଇଯାଏ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏଠାରେ ଉଲେଖେଯାଗ୍ୟ ଧାମରା ବନ୍ଦର କର୍ତୁପକ୍ଷ ଅତିରିକ୍ତ ତହସିଲଦାରଙ୍କ କାଯ୍ର୍ୟାଳୟ ପରିସର ଏବଂ ଧାମରା ରାଜସ୍ୱ ନିରୀକ୍ଷକ ଙ୍କ ପ୍ରାଙ୍ଗଣରେ ବସାଇଥିବା ନଳକୂପ ଟି ମଧ୍ୟ ଲୁଣି ପଡି ଅଚଳ ହୋଇଥିବାରୁ ଏଠାକୁ ଆସୁଥିବା ସାଧାରଣ ଜନତା ପାଣି ଟିକକ ପାଇଁ ମଧ୍ୟ ଡହଳ ବିକଳ ହେବା କଥା ସମସ୍ତଙ୍କର ଦେହସୁହା ହୋଇ ଗଲାଣି ବୋଲି ଜଣାଯାଇଛି।ଏହି ସମସ୍ତ କଥା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ଜିଲ୍ଲାପାଳ ଏହି କଥାକୁ ଦୃଷ୍ଟି ଦେବା ସହ ତୁରନ୍ତ ଜଣେ ଅତିରିକ୍ତ ତହସିଲଦାରଙ୍କୁ ଧାମରା ଅତିରିକ୍ତ ତହସିଲଦାରଙ୍କ ଅପିସରେ ନିଯୁକ୍ତି ଦିଆଗଲେ ସାଧାରଣ ଜନତା ଉପକୃତ ହୋଇ ପାରନ୍ତେ ବୋଲି ଚର୍ଚା ଚାଲିଛି।

Leave a Reply

Your email address will not be published. Required fields are marked *