ଉଜ୍ଜ୍ୱଳା ଗ୍ୟାସ୍ ରୁ ବଞ୍ଚିତ ମହିଳାମାନେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ

Spread the love

ଭଦ୍ରକ : ଜିଲାରେ ଏବେ ରେସନକାର୍ଡଧାରୀମାନଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ଯୋଗାଇଦେବା ବିଫଳ ହୋଇଛି । ଉଜ୍ଜ୍ୱଳା ଯୋଜନାରୁ ବଞ୍ଚିତ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ତଳାଙ୍ଗ ଅଞ୍ଚଳର ଶତାଧିକ ମହିଳାମାନେ ଆଜି ଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏମାନଙ୍କର ଅଭିଯୋଗ ହେଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଚାନ୍ଦମଣି ଭାରତୀ ଗ୍ୟାସ୍ ଏଜେନ୍ସି ୨ ହଜାରରୁ ଅଧିକ ଲୋକଙ୍କ ଠାରୁ ମେମ୍ବର ଫିସ୍ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟସ୍ ୨୦୨୧ ମସିହାରୁ ନେଇଥିଲା। ତେବେ ଅଳ୍ପ କିଛି ଲୋକଙ୍କୁ ଏହି ଯୋଜନାରେ ଗ୍ୟାସ୍ ଯୋଗାଇଦେଇଥିବାବେଳେ ବହୁ ଲୋକଙ୍କୁ ୨ ବର୍ଷ ଧରି ଆଜି ଦେବୁ କାଲି ଦେବୁ କହି ଆବେଦନକାରୀଙ୍କୁ ଭୁଆଁ ବୁଲାଉଛନ୍ତି । ଫଳରେ ମହିଳାମାନେ ରାନ୍ଧିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲାପାଳଙ୍କୁ ଭେଟିବା ପରେ ସେମାନଙ୍କୁ ଗ୍ୟାସ୍ ଯୋଗାଇଦେବା ନେଇ ପ୍ରତିଶ୍ରୁତି ମିଳିଛି। ଅପରପକ୍ଷରେ ଏଥିରେ ବ୍ୟତିକ୍ରମ ଘଟିଲେ ଆସନ୍ତା ଦିନରେ ସମ୍ପୃକ୍ତ ଗ୍ୟାସ୍ ଏଜେନ୍ସି ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ମହିଳାମାନଙ୍କ ମଧ୍ୟରେ ନଜିମ ଖାନମ, ସଏଦା ବିବି, ମିନତୀ ରାଉତ, ଏକିନା ବିବି, ଜିନାତୁନ ବିବି, ଫତେମା ସାନି, ପ୍ରମିଳା ନନ୍ଦି, ବାସନ୍ତୀ ବାରିକ, ଶୋଭାରାଣୀ ମହାରଣା, କୁନି ଜେନା, ମିନତୀ ଜେନା, ବାସନ୍ତୀ ଜେନା, ସୁଷମା ବାରିକ, ରଞ୍ଜୁଲତା ମହାଳିକ, ଅଞ୍ଜୁବାଳା ଜେନା, ସାବିତ୍ରୀ ରାଉତ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *