ରୋଗୀକଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ, ନୂତନ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରୁ ଜିଲ୍ଲାବାସୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା

Spread the love

ଭଦ୍ରକ : ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାର ରୋଗୀକଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଜିଲ୍ଲାଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ପ୍ରଦାନ ଆଧାରରେ ସମୀକ୍ଷା କରାଯାଇଥିଲା । ରୋଗୀକଲ୍ୟାଣ ସମିତିର ଗତ ବୈଠକର ବିବରଣୀ ଅନୁମୋଦନ ସହିତ ନୂତନ ବ୍ୟବସ୍ଥା ଓ ପ୍ରସ୍ତାବ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଗେଲପୁର ଠାରେ ନବନିର୍ମିତ ଜିଲ୍ଲାମୁଖ୍ୟ ଡ଼ାକ୍ତରଖାନାକୁ କାର୍ଯ୍ୟକାରୀ କରାଯିବା ଓ ନୂଆବଜାର ଠାରେ ବ ର୍ମାନ ଥିବା ଜିଲ୍ଲା ମୁଖ୍ୟ ଡ଼ାକ୍ତର ଖାନାକୁ ସିଟି ହସ୍‌ପିଟାଲ ଭାବେ କାର୍ଯ୍ୟକାରୀ କରାଯିବା ନେଇ ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ୩୧ ଅଗଷ୍ଟ ସୁଦ୍ଧା ପୁରୁଣା ମୁଖ୍ୟ ଡ଼ାକ୍ତରଖାନାରୁ ନୂଆ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତ ଗ୍ରହଣ କରାଗଲା । ମାତୃଶିଶୁ ହସ୍‌ପିଟାଲରେ ଏକ ରକ୍ତ ସଂରକ୍ଷଣ ୟୁନିଟ୍ ସ୍ଥାପନ ପାଇଁ ଆଗତ ପ୍ରସ୍ତାବ ମତେ ମୁଖ୍ୟ ଚିକିତ୍ସାଧିକାରୀ ଓ ଦାୟିତ୍ୱରେ ଥିବା ପାଥୋଲୋଜି ଡ଼ାକ୍ତର ବିମଳା ମିଶ୍ରଙ୍କୁ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା। ଡ଼ାଇଲିସିସ୍ ପାଇଁ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ଓ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅଧିକ ସଂଖ୍ୟକ ଡ଼ାଇଲିସିସ୍ ମେସିନ୍ ଏବଂ ଅଧିକ ଜାଗା ବ୍ୟବସ୍ଥା ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ଡ଼ାକ୍ତରଖାନା ନୂତନ କୋଠାକୁ ସ୍ଥାନାନ୍ତର ପରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ନୂତନ ଡ଼ାକ୍ତର ନିଯୁକ୍ତି ସେତ୍ତ୍ୱେବି କେତେକ ପି.ଏଚ୍‌.ସି. ଓ ସି.ଏଚ୍‌.ସିରେ ଡ଼ାକ୍ତର ଅଭାବ ଥିବା ସମସ୍ୟା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । ପ୍ରୋଗ୍ରାମ ଇମ୍ପ୍ଲିମେ ସନ ପ୍ଲାନରେ ଆସୁଥିବା ବଜେଟ୍ ୨୦୨୨-୨୩କୁ ଆଲୋଚନା କରାଯାଇ ବୈଠକରେ ଅନୁମୋଦିତ ହେବା ସହ ୨୩-୨୪ ବର୍ଷ ପାଇଁ ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିଲା । ଭଦ୍ରକ ପୌରାଧ୍ୟକ୍ଷ ଗୁଲମକ୍କୀ ହବିବ୍‌, ଜିଲ୍ଲା ପରିଷଦ ସଦସ୍ୟ ମଳୟ କୁମାର ଜେନା, ଡ଼ାକ୍ତର ସନ୍ତୋଷ ଜେନା, ହସ୍‌ପିଟାଲ ଡ଼ି.ପି.ଏମ୍‌. ସରିତା ମହାପାତ୍ର ହସ୍‌ପିଟାଲ ମ୍ୟାନେଜର ନିବେଦିତା ଜେନା ସମ୍ପୃକ୍ତ ଅନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ରୋଗୀ କଲ୍ୟାଣ ସମିତି ସଦସ୍ୟ ଆଦି ଏହି ବୈଠକରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *