ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ

Spread the love

କଟକ/ଭୁବନେଶ୍ୱର : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବିହାରର ମନୀଷ କୁମାର(୨୪) । ଦୁର୍ଘଟଣା ପରେ ସେ ଗତ ୩ ତାରିଖରେ ଏସସିବିରେ ଭର୍ତି ହୋଇଥିଲେ । ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ସେ ମୃତ୍ୟବରଣ କରିଛନ୍ତି । ଏହାକୁ ମିଶାଇ ଏସସିବିରେ ୫ ଜଣ ଆହତଙ୍କ ମୃତ୍ୟୁ ହୋଇଛି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ଘଟିଛି ।

ବର୍ତମାନ ବାହାନଗା ଟ୍ରେନ ଟ୍ରାଜେଡିରେ ଆହତ ହୋଇଥିବା ମୋଟ ୨୨ଜଣ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଥିବା ବେଳେ ଅନ୍ୟ ୧୭ ଜଣ ୱାର୍ଡରେ ଚିକିତ୍ସାଧୀନ ରହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହନଗା ଠାରେ ୩ ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave a Reply

Your email address will not be published. Required fields are marked *