ଭୁବନେଶ୍ୱର: ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଡାନ୍ ଯୋଜନାରେ ବାଣିଜ୍ୟିକ ବିମାନ ଚଳାଚଳ ଲାଗି ଲାଇସେନ୍ସ ମିଳିବା ପରେ ଏଣିକି ମାତ୍ର ଦେଢ଼ ଘଣ୍ଟା ଭିତରେ ଭୁବନେଶ୍ୱର- ଜୟପୁର ସହର ଭିତରେ ଯାତ୍ରା ସମ୍ଭବପର ହୋଇଥିବାରୁ ସବୁ ମହଲରେ ଖୁସି ପ୍ରକାଶ ପାଇଛି।
ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଇଣ୍ଡିଆନ ଓ୍ୱାନ ଏୟାର ସପ୍ତାହକୁ ୬ ଦିନ ଉଡ଼ାଣ ଭରିବ। ମାତ୍ର ଦେଢ଼ ଘଣ୍ଟାରେ ଏଣିକି ଭୁବନେଶ୍ୱର ଓ ଜୟପୁର ଭିତରେ ଯାତ୍ରା ସମ୍ଭବ। ପ୍ରତିଦିନ ଦିନ ୧୧ଟା ୩୫ରେ ଭୁବନେଶ୍ୱର ଛାଡ଼ି ଅପରାହ୍ନ ୧ଟା ୨୦ରେ ଜୟପୁର ପହଞ୍ଚିବ। ସେହିଭଳି ଜୟପୁରରୁ ୧ଟା ୪୦ରେ ଛାଡ଼ି ୨ଟା୩୦ରେ ବିଶାଖାପାଟଣା, ବିଶାଖାପାଟଣାରୁ ୩ଟା୫୦ରେ ବାହାରି ପୁଣି ଜୟପୁରରେ ପହଞ୍ଚିବ। ଆଉ ୪ଟା ୫ ମିନିଟରେ ଜୟପୁର ଛାଡ଼ିବ ଓ ୫ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ। କେବଳ ଏତିକି ନୁହେଁ, ଆଗାମୀ ଦିନରେ ଉଡାନ୍ ସ୍କିମରେ କଳାହାଣ୍ଡିର ଉତକେଲା ବିମାବନ୍ଦରକୁ ବି ବିମାନ ଚଳାଚଳ ଲାଗି ରୁଟ୍ ମିଳିଛି।
ସେପଟେ ଜୟପୁର ବିମାନବନ୍ଦରରେ ଯେମିତି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଯାତ୍ରୀ ଏତେ କମ୍ ଦରରେ ଓ କମ୍ ସମୟରେ ଭୁବନେଶ୍ୱର ଓ ଜୟପୁର ଭିତରେ ଯାତ୍ରା କରିବାକୁ ମଉକା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। କୋରାପୁଟ ସାଂସଦ, ଜୟପୁର ବିଧାୟକ, କୋରାପୁଟ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ଏହି ମୂହୂର୍ତ୍ତ କୋରାପୁଟବାସୀଙ୍କ ଲାଗି ନିଶ୍ଚୟ ଆଶୀର୍ବାଦ ବୋଲି କହିଛନ୍ତି। ଏଥିରେ କୌଣସି ରାଜନୀତିର ଶ୍ରେୟ ନେବାର କଥା ଉଠୁନି ବୋଲି କହିଛନ୍ତି ବିଧାୟକ, ସାଂସଦ। ପ୍ରଥମ ଫ୍ଲାଇଟରେ ଯାତ୍ରୀ ସୁରୁଖୁରୁରେ ଆସି ଜୟପୁରରେ ପହଞ୍ଚିଥିବାରୁ ସେମାନକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପାଇଲଟଙ୍କୁ ଏହି ଖୁସିରେ ଜିଲ୍ଲାପାଳ ବି ଚେକ୍ ପ୍ରଦାନ କରିଥିଲେ। ଜୟପୁର-ଭୁବନେଶ୍ୱର ଭିତରେ ଯାତ୍ରାର ଦୂରତ୍ୱ ହ୍ରାସ ପାଇଛି। ଏହି ବିମାନ ସେବା ଫଳରେ ଯାତ୍ରୀ ବହୁ କମ୍ ସମୟରେ ଓ କମ୍ ଟଙ୍କାରେ ଜରୁରୀକାଳୀନ ସମୟରେ ବି ଅଚାନକ ଏତେ ଦୂରତା ଅତିକ୍ରମ କରିପାରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now