ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ, ମଇ ୩୦ରୁ ଜୁନ୍ ୩୦ପର୍ଯ୍ୟନ୍ତ ମହାଜନ ସମ୍ପର୍କ ଅଭିଯାନ

Spread the love

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ପୂର୍ତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓଡିଶା ବିକାଶରେ ବାଧକ ସାଜିଛି ବିଜୁ ଜନତା ଦଳ । କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ଥରକୁ ପଂହଚିପାରୁନାହିଁ । ଏହି କାରଣରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳରୁ ବଂଚିତ ହେଉଛନ୍ତି ଓଡିଶାବାସୀ ବୋଲି କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଥିଲା । ମୋଦିଜୀଙ୍କ ଯୋଜନାକୁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ମଇ ୩୦ରୁ ଜୁନ୍ ୩୦ପର୍ଯ୍ୟନ୍ତ ମହାଜନ ସମ୍ପର୍କ ଅଭିଯାନ ଆରମ୍ଭ କରି ଗାଁ ଗାଁରେ ଘର ଘରକୁ ଯାଇ ଅବଗତ କରାଇବେ । ଦୀର୍ଘ ୧ମାସ ପାଇଁ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଏସମ୍ପର୍କରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିଲା ବୋଲି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।

ରାଜ୍ୟରେ ବେରୋଜଗାରୀ, କୁପୋଷଣ, ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଫାଇଲ ଚୋରୀ, ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଲାଗୁନହେବା, ୫ଟି ରୂପାନ୍ତରଣ ନାମରେ ଦୁର୍ନୀତି, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା କରାଯାଇଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକାରିଣୀକୁ ସମ୍ବୋଧନ ଅବସରରେ ‘ଅନ୍ୟାୟ-ଭ୍ରଷ୍ଟାଚାର-ଦୁର୍ନିତୀ-ବ୍ୟଭାଚାର’ ମୁକ୍ତ ତଥା ‘ବିଜେଡି ମୁକ୍ତ ଓଡିଶା’ ଗଠନ ପାଇଁ ଜାରୀ ରହିଥିବା ଲଢେଇକୁ ଆହୁରୀ ଶାଣିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଲୋକସଭା, ବିଧାନସଭା, ମଣ୍ଡଳ, ବୁଥ ଏବଂ ସ୍ୱାର୍ଡସ୍ତରୀୟ କାର୍ଯ୍ୟକ୍ରମ କରି ମୋଦିଜୀଙ୍କ ଯୋଜନାକୁ ପ୍ରଚାର ପ୍ରସାର କରାଯିବ ।  ଲାଭାର୍ଥିମାନଙ୍କ ସହ ଯୋଗାଯୋଗ, ରାଜ୍ୟର ସବୁ ପରିବାର ସହ ସମ୍ପର୍କ, ସାଂଗଠନିକ ଅଭିବୃଦ୍ଧି ସହ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଚାର କରାଯିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ।

ଜିଲ୍ଲା ସଭାପତି ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପ୍ରଭାରୀ ଭୁବନ ମୋହନ ଜେନା, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ହିଂମାଶୁ ଶେଖର ଛୋଟରାୟ, ଦିଲୀପ ବେହେରା ଏବଂ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ହୋଇଥିଲେ ।  

Leave a Reply

Your email address will not be published. Required fields are marked *