ବସ୍‌ ଧକ୍କାରେ ବାଇକ ଆରୋହୀ ମୃତ

Spread the love

କୋଣାର୍କ କଲେଜ ଛକ ନିକଟରେ ଦୁର୍ଘଟଣା। ବାଇକକୁ ଧକ୍କା ଦେଲା ବସ। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ କାକଟପୁର ଥାନା ଅନ୍ତର୍ଗତ ତଇଆ ଅଞ୍ଚଳର ରଞ୍ଜିତ ପୋଟେଇ ବୋଲି ଜଣାପଡ଼ିଛି l ସୂଚନା ଅନୁସାରେ ବିଳମ୍ୱିତ ରାତିରେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ସମୟରେ ଯୁବକଙ୍କୁ ପଛପଟୁ ବସଟି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକ ଗୁରୁତର ହୋଇପଡ଼ିଲେ। ତେବେ ଗୁରୁତର ଅବସ୍ଥାରେ ରଞ୍ଜିତଙ୍କୁ ପ୍ରଥମେ ଗୋପ ପରେ ଭୁବନେଶ୍ୱର ରେଫର କରାଯାଇଥିଲା l ଭୁବେଶ୍ୱର ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି l ଘଟଣାସ୍ଥଳରେ କୋଣାର୍କ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *