ବିମଳେନ୍ଦୁ ରାୟ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

Spread the love

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଭାବେ ଆଜି ରାଜ୍ୟ ଜିଏ ବିଭାଗ ପକ୍ଷରୁ ଏକ ନିଯୁକ୍ତି ପ୍ରକାଶ ପାଇଛି । ରାଜ୍ୟ ପୂର୍ତ୍ତ ବିଭାଗର ସ୍ଵତନ୍ତ୍ର ସଚିବ ଥିବା ବିମଳେନ୍ଦୁ ରାୟ (ଓ ଏ ଏସ ସିନିଅର) ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ପୁର୍ବରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଥିବା ଅବୋଲି ସୁନିଲ ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି ହେବା ପରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା । ଶ୍ରୀ ରାୟ ସୁନ୍ଦରଗଡ଼ ଜ଼ିଲ୍ଲା ର ଉପ ଜ଼ିଲ୍ଲାପାଳ ଭାବେ ଏବଂ ସମ୍ବଲପୁର ଜ଼ିଲ୍ଲା ର ଭିନ୍ନ ପଦ ପଦବୀ ରେ ପୂର୍ବ ରୁ କାର୍ଯ୍ୟ କରି ଆସି ଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *