ବିଜେଡି ମୁକ୍ତ ଓଡିଶା ବିଜେପି ର ଲକ୍ଷ : ଲେଖାଶ୍ରୀ ସାମନ୍ତ ସିଂହାର

Spread the love

ଭୁବନେଶ୍ଵର : ଆଜି ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ମୋଦୀ ସରକାରଙ୍କ ୯ବର୍ଷର ଉପଲବ୍ଧି ଏବଂ ବିଜେପିର ରୋଡ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଛି ।

ଏହି ବୈଠକରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ବିଜେଡି ମୁକ୍ତ ଓଡିଶା ଗଠନ ବିଜେପି ର ଲକ୍ଷ । ରାଜ୍ୟ ସରକାର କାର୍ଯ୍ୟକାରିଣୀରେ ଅପାରଗ । ରାଜ୍ୟର ବିକାଶ ନାମନ୍ତେ ସରକାରଙ୍କର ଆଦୌ ନିଘା ନାହିଁ । ବିଭିର୍ନ ମାମଲାରେ ସରକାର ବାରମ୍ବାର ଚୁପ ରହି ଆସିଛି ।  ମହାନଦୀ ପ୍ରଶଙ୍ଗରେ ସରକାର ସର୍ବଦା ଚୁପ ରହି ଆସିଛନ୍ତି ।

ଓଡିଶାବାସୀଙ୍କ ପାଖରେ କେନ୍ଦ୍ରର ଅନେକ ଯୋଜନା ପହଞ୍ଚି ପାରୁନି । ମହିଳା ନିର୍ଯାତନା ଓଡିଶାରେ ଦିନକୁଦିନ ବଢିବାରେ ଲାଗିଛି । ରାଜ୍ୟ ରୁ ଅପପୁଷ୍ଚି କମିବାର ନାଁ ନଉନାହିଁ । ଏହି ସବୁ ସମସ୍ୟାର ସମାଧାନ ତ ଦୁରର କଥା ଉତ୍ତର ଦେବାକୁ ମଧ୍ୟ କେହି ନାହିଁ । ଶିକ୍ଷାର ବିକାଶ ଦିଗକୁ ଧ୍ୟାନ ନଦେଇ ସରକାର 5-ଟି ନାଁ ରେ ସ୍କୁଲ ରେ ରଙ୍ଗ ମାରୁଛନ୍ତି ।

 ବିଜେପି ଓଡିଶାରେ ଘରେଘରେ ପହଞ୍ଚି ଓଡିଶାବାସୀଙ୍କ ହକ ପାଇଁ କାମ କରିବ । ପିଇବା ପାଣି, ପକ୍କାଘର ଓ ରୋଜଗାର ଯୋଜନା ଆଦି ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *