ବିଜେଡି ସରକାରରେ ଅଚଳାବସ୍ଥା, ମୁଖ୍ୟମନ୍ତ୍ରୀଙ୍କର ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ଉପରେ ଭରସା ନାହିଁ – ଜୟଦେବ ଜେନା

Spread the love

ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାର ଅଚଳାବସ୍ଥା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କର ସହଯୋଗୀ ମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବଙ୍କ ଉପରେ ଭରସା ନାହିଁ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏହା କହିଛନ୍ତି ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ପ୍ରମାଣିତ କରୁଛି ଯେ ମୁଖ୍ୟମନ୍ତ୍ରୀ ଆଉ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି । ତେଣୁ ତାଙ୍କ ତରଫରୁ 5ଟି ସଚିବ ବୁଲି ବୁଲି ପ୍ରଚାର କରୁଛନ୍ତି ସେ ହେଉଛନ୍ତି ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର ତତ୍ୱାବଧାରକ ଏବଂ ସେ ହିଁ ସବୁ ଦାୟିତ୍ୱ ନେବେ । ଆହୁରି କହିଛନ୍ତି 5-T ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯେମିତି ବିଭିନ୍ନ ସ୍ଥାନରେ ଘୋଷଣା କରୁଛନ୍ତି ଆଉ ତାଙ୍କ ଘୋଷଣାକୁ ଆହୁରି ପ୍ରମାଣିତ କରିବା ପାଇଁ ଗୋଟେ ଅଡ଼ିଓ ରେକଡ଼ିଂ କୁ ସାମ୍ନା କୁ ଅଣା ଯାଉଛି, । ଏଭଳି ବ୍ୟବସ୍ଥା ମୁଁ 50 ବର୍ଷର ରାଜନୀତି ଭିତରେ ଦେଖିନଥିଲି କେବେ । ମୁଖ୍ୟମନ୍ତ୍ରୀ ଯେ କୌଣସି ବି ସଚିବଙ୍କୁ ବି ପଠେଇ ପାରିବେ ଜଣେ ନିର୍ଦ୍ଦିଷ୍ଟ ସଚିବଙ୍କୁ ସବୁ ଜାଗା କୁ ପଠେଇକି ଘୋଷଣା କରିବା ତାଙ୍କୁ ସମ୍ବର୍ଦ୍ଧିତ କରିବା ଓ ଫୁଲ ଉପରେ ଚାଲିବା, ପୁଷ୍ପ ବର୍ଷା କରାଯିବା, ମନ୍ତ୍ରୀ ବିଧାୟକ ମାନେ ତଳେ ବସିବା ଏପରି ବ୍ୟବସ୍ଥା କେଉଁ ରାଜ୍ୟରେ ବି ନାହିଁ । ବିଜୁ ଜନତା ଦଳରେ ଗୋଟେ ଅଚଳ ଅବସ୍ଥା ଦେଖା ଦେଇଛି । ମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁ ।

Leave a Reply

Your email address will not be published. Required fields are marked *