ବିଜେଡି ଦେଲା ଜବାବ, କହିଲା ଉତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ

Spread the love

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ମୁକ୍ତ ଓଡିଶା ଗଠନ କରିବା ପାଇଁ ଆହ୍ୱାନ ଦିଆଯିବା ପରେ ଏହାକୁ ନେଇ କଡା ପ୍ରତିକ୍ରିୟା ବ୍ୟକ୍ତ କରିଛି ବିଜୁ ଜନତା ଦଳ ।

ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସାରା ଦେଶରେ ଲୋକ ମାନେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି । ତେଣୁ ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ । କର୍ଣ୍ଣାଟକ ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ବି ଆଗକୁ ପଡ଼ିପାରେ । ସେ କେଉଁ ମୁକ୍ତ କରିବା କଥା କହୁଛନ୍ତି । ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତୁ ଜବାବ ପାଇଯିବେ ବୋଲି ସେ କହିଛନ୍ତି

ସେ ଆହୁରି କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସରକାର ଗତ ୯ ବର୍ଷ ମଧ୍ୟରେ କୌଣସି ବି ଭଲ କାମ କରି ନାହାନ୍ତି, କେବଳ ମିଛ କଥା କହିଛନ୍ତି । କୁଆଡେ ଗଲା କଳା ଆଣି ଲୋକଙ୍କ ଖାତାରେ ଦେବା କଥା, କୁଆଡେ ଗଲା ଦରଦାମ ନିୟନ୍ତ୍ରଣ । କେଉଁ ଆଚ୍ଛା ଦିନ ଆସିଲା । କେବଳ ପୁଞ୍ଜିପତିମାନଙ୍କର ଆଚ୍ଛା ଦିନ ଆଣିଲେ । ଆଗକୁ ଦେଶ ବିଜେପି ମୁକ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଶ୍ରୀମତୀ ମଲ୍ଲିକ ଆହୁରି କହିଛନ୍ତି, ଓଡ଼ିଶାର ଆଇନଶୃଙ୍ଖଳା କଥା କହିବା ପୂର୍ବରୁ ସେମାନେ ଗୁଜରାଟ, ୟୁପି ଆଉ ଦିଲ୍ଲୀ କଥା ଦେଖନ୍ତୁ । ଦିଲ୍ଲୀ, ୟୁପି ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ ଅଛି ।

Leave a Reply

Your email address will not be published. Required fields are marked *