ବିଏମସିର ନିଷ୍କ୍ରିୟତା କାରଣରୁ ଡେଙ୍ଗୁ ନିୟନ୍ତ୍ରଣରୁ ବାହାରେ ହେବାର ପ୍ରତିବାଦରେ ବିଜେପି ପକ୍ଷରୁ ବିରୋଧ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ଡେଙ୍ଗୁ ନିୟନ୍ତ୍ରଣରୁ ବାହାରକୁ ଚାଲି ଯିବା ଓ ଭୁବନେଶ୍ୱର ମହାନଗର ନିଗମ ନିଷ୍କ୍ରିୟ ହୋଇ ବସିବାକୁ ଭାରତୀୟ ଜନତା ପାର୍ଟୀ ଆଜି ପ୍ରତିବାଦ କରିଛି । ଭୁବନେଶ୍ୱର ମହାନଗର ନିଗମ ଜନସାଧାରଣଙ୍କ ଜୀବନ ସହ ଖେଳୁଛି ବୋଲି କହି ବିଜେପି ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଏକ ପଦଯାତ୍ରା ବାହାର କରାଯାଇ କରାଯାଇଛି ।

ରାଜଧାନୀରେ ଡେଙ୍ଗୁ ସ୍ଥିିତି ନିୟନ୍ତ୍ରଣରେ ନାହିଁ । ଲୋକଙ୍କ ଜୀବନ ଯାଉଛି । ସରକାର ନିଦରୁ ଉଠନ୍ତୁ, ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ନପିଟି ବାସ୍ତବିକତାକୁ ଗ୍ରହଣ କରନ୍ତୁ । ରାଜଧାନୀ ସମେତ ସମଗ୍ର ରାଜ୍ୟବାସୀ କିଭଳି ଡେଙ୍ଗୁରୁ ରକ୍ଷା ପାଇବେ ସେଥିପାଇଁ ସ୍ୱାସ୍ଥ୍ୟବିଭାଗ ଓ ବିଏମ୍‌ସି କର୍ତୃପକ୍ଷ ଉତ୍ତର ଦାୟିତ୍ୱ ନିଅନ୍ତୁ ବୋଲି ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲିପ ମଲ୍ଲିକ କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *