ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ବିଜେପି ସଭାପତି ଜେପି ନଡ୍ଡା

Spread the love

ଭବାନୀପାଟଣା/ଭୁବନେଶ୍ୱର : ଭବାନପାଟଣାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମା ମାଣିକେଶ୍ୱରୀ ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶ୍ରୀ ନଡ୍ଡା ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଶାର କଳାହାଣ୍ଡିରେ ଥିବା ମା’ ମାଣିକେଶ୍ୱରୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଏହି ପବିତ୍ର ମନ୍ଦିର ଗଭୀର ଭକ୍ତି ଏବଂ ଈଶ୍ୱରୀୟତାର କେନ୍ଦ୍ର ଅଟେ । ମା’ ମାଣିକେଶ୍ୱରୀ ଆମ ଦେଶବାସୀଙ୍କୁ ସୁସ୍ଥ ଏବଂ ସମୃଦ୍ଧତା ପ୍ରଦାନ କରନ୍ତୁ ।

ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡିଶା ପହଞ୍ଚିଛନ୍ତି । ଆଜି ଜେପି ନଡ୍ଡା ସମ୍ବଲପୁର ଯାଇଥିଲେ ପରେ କଳାହାଣ୍ଡି ଗସ୍ତ କରି ମା ମାଣିକେଶ୍ୱରୀଙ୍କୁ ଦର୍ଶନ କରୀଛନ୍ତି । ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମା’ଙ୍କ ଦର୍ଶନ ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *