କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଗସ୍ତରେ ବିଜେପି ରାଜ୍ୟ ସଭାପତି

Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରରେ ସରକାରର ୯ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଆରମ୍ଭ କରାଯାଇଥିବା ମହାଜନସମ୍ପର୍କ ଅଭିଯାନରେ ସାମିଲ୍ ହେବା ପାଇଁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ଶ୍ରୀ ସାମଲଙ୍କର ଅବିଭକ୍ତ କୋରାପୁଟକୁ ପ୍ରଥମ ଗସ୍ତ । ଏହି ଅବସରରେ ଜୁନ ୩ରେ କୋରାପୁଟ, ଜୁନ ୪ରେ ମାଲକାନଗିରି, ଜୁନ ୫ରେ ନବରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୩ଟି ଯାକ ଜିଲ୍ଲାରେ କର୍ମୀ ସମ୍ମିଳନୀ, ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ, ବୁଦ୍ଧିଜିବୀ ସମ୍ମିଳନୀ, ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *