ବାଣ ତିଆରି ବେଳେ ଚାଲିଗଲା ଜୀବନ

Spread the love

ଜଗତସିଂହପୁର: ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ଇଛାପୁର ଗ୍ରାମରେ ବାଣ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ । ସୂଚନା ମୁତାବକ ସେହି ଅଞ୍ଚଳର ମାର୍କେଟରେ ବାବା ମାଧୁରୀ ନାମକ ଏକ ବାଣ କାରଖାନାରେ ଚାରିଜଣ ବ୍ୟକ୍ତି ବାଣ ତିଆରି କରୁଥିବାବେଳେ ଏଭଳି ଅଘଟଣ ଘଟିଛି।

ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ଜଣକର ଜୀବନ ଚାଲି ଯାଇଥିଲା ବେଳେ ଅନ୍ୟ ତିନିଜଣ ଗୁରୁତର ଆହାତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ଜଗତସିଂହପୁର ଚିକିତ୍ସାଳୟ ନିଆ ଯାଇଥିଲା ଓ ସେଠାରେ ଡାକ୍ତର ଆଉ ଜଣକୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ଡାକ୍ତର କଟକ ଏସ ସି ବି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ।

ମୃତକ ଦୁଇଜଣ ହେଉଛନ୍ତି ଦିଲ୍ଲୀପ ମହାନ୍ତି ଓ ବୁଲୁ ଦାସ ଓ ସ୍ଥାନାନ୍ତରିତ ହୋଇଥିବା ଦୁଇଜଣ ହେଉଛନ୍ତି କାରଖାନା ମାଲିକ ସୁଶାନ୍ତ ପୃଷ୍ଠି ଓ ଅନ୍ୟ ଜଣେ କର୍ମଚାରୀ ଦୀନବନ୍ଧୁ ଦାସ । ଡାକ୍ତରଙ୍କ କହିବା ମୁତାବକ ଦୋକାନ ମାଲିକଙ୍କର ଶରୀର 90 ପ୍ରତିଶତରୁ ଅଧିକ ପୋଡିଯାଇ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ବିସ୍ଫୋରଣ ଏତେ ଭୟାଙ୍କର ଥିଲା ଯେ ପାଖରେ ଥିବା ଅନ୍ୟ ଏକ କୋଠାଘର ମଧ୍ୟ ଏଥିରେ ପୋଡିଯାଇଛି । ଘଟଣା ସ୍ଥଳରେ ନିଆଁ କପରି ଲାଗିଲା ବସ୍ଫୋରଣ କପରି ହେଲା ଏ ବିଷୟରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 

Leave a Reply

Your email address will not be published. Required fields are marked *