ସ୍ୱଦେଶ ଫେରିବ ଜାହାଜ ଏମ୍‌ଭି ଦେବୀ

ବର୍ଷେ ପରେ ଫେରିବ ଗିରଫ ଜାହାଜ ଏମ୍‌ଭି ଦେବୀ। ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଗିରଫ ହୋଇଥିବା ଜାହାଜ ଏମ୍ଭି ଦେବୀ ଜାହାଜର ୧୧ ଜଣ ସଦସ୍ୟ ନିଜ ଦେଶ ଭିଏତନାମକୁ ଫେରିବାର ବାଟ ଫିଟିଛି। ଜାହାଜରେ ୧୧ ଜଣ ନୂଆ କ୍ର୍ୟୁ ସଦସ୍ୟ ଜାହାଜରେ ଚଢ଼ିବେ । ସେମାନଙ୍କୁ ଜାହାଜକୁ ଯିବା ପାଇଁ କଷ୍ଟମ୍ସ ଓ ଇମିଗ୍ରେସନ ବିଭାଗର କ୍ଲିୟରାନ୍ସ ମିଳିସାରିଛି । ମାତ୍ର ବନ୍ଦରର ଡେପୁଟି କଞ୍ଜରଭେଟର ପାଗ ଖରାପ ଯୋଗୁଁ ଜାହାଜ ନିକଟକୁ ଯିବାପାଇଁ କ୍ଲିୟରାନ୍ସ ଦେଇନାହାନ୍ତି । କଷ୍ଟମ୍ସ ବିଭାଗର ତଦନ୍ତ ଆଧାରରେ ଜାହାଜର ସମସ୍ତ ୨୧ ଜଣ କ୍ର୍ୟୁ ସଦସ୍ୟ କୋକେନ ଘଟଣାରେ ସାମିଲ ନଥିବା ଜଣାପଡ଼ିବା ପରେ ନିଜ ଦେଶକୁ ଫେରିବାର ପାଇଁ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଜାହାଜରେ ଥିବା ସମସ୍ତ ୨୧ ଜଣ ସଦସ୍ୟଙ୍କୁ ନିଜ ଦେଶ ଭିଏତନାମ ଯିବାପାଇଁ ମାନ୍ୟବର ଅଦାଲତ ଅନୁମତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ କ୍ର୍ୟୁ ସଦସ୍ୟଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ଜାହାଜରେ ରହିବେ । ୧୧ ଜଣ କ୍ରିୟୁ ସଦସ୍ୟ ନିଜ ଦେଶକୁ ଯିବେ ଏବଂ ୧୧ ଜଣ ନୂତନ କ୍ର୍ୟୁ ସଦସ୍ୟ ଜାହାଜରେ ଚଢ଼ିବେ । ଅନ୍ୟ ୧୦ ଜଣଙ୍କ ଭିସା ସରିଥିବାରୁ ସେମାନଙ୍କ ଭିସା ଠିକ୍ କରିବାକୁ ଉଦ୍ୟମ ଚାଲିଛି । ସେମାନଙ୍କ ଭିସା କ୍ଲିୟର ହେବା ପରେ ସେମାନେ ମଧ୍ୟ ନିଜ ଦେଶ ଭିଏତନାମକୁ ଫେରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *