ବ୍ରହ୍ମପୁରରେ ଜିରୋ ନାଇଟ ପ୍ରସ୍ତୁତି ଜୋରଦାର

Spread the love

ବ୍ରହ୍ମପୁର: ଆଉ ମାତ୍ର ଗୋଟାଏ ଦିନର ଅପେକ୍ଷା। ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷକୁ ସ୍ବାଗତ କରିବା ଲାଗି ରେଶମ ନଗରି ବ୍ରହ୍ମପୁର ସହରର ବିଭନ୍ନ ହୋଟେଲ ଓ କ୍ଲବରେ ଯ଼ୋରଦାର ପ୍ରସ୍ତୁତି ଆରମ୍ଭ । ଜିରୋନାଇଟ ସେଲିବ୍ରେସନ ପାଇଁ କ୍ଲବ ଗୁଡିକରେ ଆୟୋଜିତ ହେଉଛି ନାଚଗୀତର ଆସର । ସେପଟେ ବିଭିନ୍ନ ହୋଟେଲ ମାନଙ୍କରେ ଗ୍ରାହକଙ୍କ ରୁଚି ଅନୁଯ଼ାଇ ପ୍ରସ୍ତୁତ କରାଯ଼ାଇଛି ସ୍ବତନ୍ତ୍ର ଡିସ୍।

ଏଥର ଖୁବ ଜମିବ ଜିରୋ ନାଇଟ ସେଲିବ୍ରେସନ୍। ଗୋଟାଏ ଦିନର ବ୍ୟବଧାନ ପରେ ବିଦାୟ ନେବ 2022। ଆଉ ପାଦ ଥାପିବ ନବବର୍ଷ 2023 । ନବବର୍ଷକୁ ସ୍ବାଗତ ଜଣେଇବା ଲାଗି ସଜେଇ ହେଲାଣି ସିଲ୍କସିଟି । ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ସହର ବାସିଙ୍କ ମନରେ ଉତ୍କଣ୍ଠା କହିଲେ ନସରେ । ରାତି ପାହିଲେ ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ବିଭିନ୍ନ ହୋଟେଲ ଓ କ୍ଲବରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ଼୍ୟୟରେ । ମନୋରଞ୍ଜନର ଖୁରାକ ଯ଼ୋଗାଇବା ସହ ପୁରୁଣା ବର୍ଷକୁ ହସଖୁସିରେ ବିଦାୟ ଦେବାଲାଗି ଆୟୋଜିତ କରାଯ଼ାଇଛି ସାଂସ୍କୃତିକ କାର୍ଯ଼୍ୟକ୍ରମ । ଚଳିତ ବର୍ଷ ଜିରୋନାଇଟକୁ ଅଧିକ ରଙ୍ଗୀନ କରିବା ଲାଗି ବ୍ରହ୍ମପୁର  ୟୁନିୟନ କ୍ଲବ ପକ୍ଷରୁ କରାଯ଼ାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଓଲିଉଡର ସିଂଗର ସହ କଲିକତାରୁ ଡ୍ୟାନ୍ସ ଗୃପ   ଆସିଥିବାକୁ ଥିବା ବେଳେ ଚଳିତଥର ବଙ୍ଗିୟ ଡ୍ୟାନ୍ସରଙ୍କ ଜଲୱା ଦେଖିବେ ଦର୍ଶକ । ନାଚ ଗୀତର ଆସର ସାଂଗକୁ ଖାଇବା ପିଇବାର ମଜା ଜମିବ କହିଛନ୍ତି ଆୟୋଜକ।

ଗ୍ରାହକଙ୍କ ରୁଚି ମୁତାବକ ଇଣ୍ଡିଆନ, ଚାଇନିଜ ସହ ପ୍ରିୟ ଓଡିଆ ଖାଦ୍ୟ ସ୍ବତନ୍ତ୍ର ଡିସ ମାନ ପ୍ରସ୍ତୁତ କରାଯ଼ାଇଛି ହୋଟେଲ ଓ କ୍ଲବରେ । ଏଥିସହ ଭଳିକି ଭଳି ଅଫର ଓ ଡିସକାଉଣ୍ଟ ରଖାଯ଼ାଇଥିବା କହିଛନ୍ତି ହୋଟେଲ ମାଲିକ । ତେବେ ପୁରୁଣା ବର୍ଷକୁ ଖୁସି ଖୁସିରେ ବିଦାୟ ଦେବା ଲାଗି ବେସ ଉତକଣ୍ଠାର ସହ ସମସ୍ତଙ୍କ ଅପେକ୍ଷା ରହିଥିବା ବେଳେ ଚଳିତ ବର୍ଷ ଜିରୋନାଇଟ ସେଲିବ୍ରେସନ କୁ ଶାନ୍ତି ଶୃଂଖଳା ର ସହ ସମାପନ କରିବା ଲାଗି ଅଣ୍ଟା ଭିଡିଛି ପୋଲିସ।  ସେଲିବ୍ରେସନ ସମୟରେ ଡ୍ରିଙ୍କ ଏଣ୍ଡ ଡ୍ରାଇଭର ଙ୍କ ଉପରେ କଡା ନଜର ରଖିବେ ପୋଲିସ।  ସହରର ବିଭିନ୍ନ ସ୍ଥାନ ରେ ମଦୁଆ ଧରା ଗାଡି ମୃତୟନ ରହି କଡା କଡି ଚେକିଂ କରିବେ। ସହରର ସମସ୍ତ ପ୍ରବେଶ ପଥ ଉପରେ ପୋଲିସ କଡା ନଜର ରଖିବା ଲାଗି ବ୍ରହ୍ମପୁର ପୋଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି ହୋଇଥିବା ସୁଚନା ଦେଇଛନ୍ତି ବ୍ରହ୍ମପୁର ଏସ ପି ଶ୍ରବଣ ବିବେକ୍।

ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ ମାନଙ୍କରେ ସାଜ ସଜା ଆରମ୍ଭ ହୋଇଯାଇଥିବାବେଳ, ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସମସ୍ତ ବ୍ୟବସ୍ଥା ହାତକୁ ନେଇଛି।

ଇତିଶ୍ରୀ ସମାପିକା ମହାନ୍ତି

Leave a Reply

Your email address will not be published. Required fields are marked *