ପ୍ରବଳ ବର୍ଷାରେ ଭିଜିଲା ରାଜଧାନୀ

Spread the love

ଭୁବନେଶ୍ୱର : କିଛି ଦିନ ଧରି ରାଜ୍ୟରେ ବର୍ଷା ଉଭାନ ଥିବା ବେଳେ ମଙ୍ଗଳବାର ପାଗରେ ପରିବର୍ତ୍ତନ ହୋଇଛି । ଆଜି ସକାଳୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଥିଲା । ତେବେ ମଧ୍ୟାହ୍ନ ବେଳକୁ ରାଜଧାନୀର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଏଥିଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା । ଜାତୀୟ ଓ ରାଜ୍ୟ ରାଜପଥରେ ପାଣି ଜମି ରହିବା ଯୋଗୁଁ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଭୁବନେଶ୍ୱରର ଇସ୍କନ ସମ୍ମୁଖ , ଲକ୍ଷ୍ମୀ ସାଗର , ମେଞ୍ଚଶ୍ୱର , ନୟାପଲ୍ଲୀ , ମେଞ୍ଚଶ୍ୱର ଆଦି ଅଞ୍ଚଳରେ ବହୁ ସମୟ ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରିନଥିଲା ।

Leave a Reply

Your email address will not be published. Required fields are marked *