ଚଳନ୍ତା କାର୍‌ରେ ଲାଗିଲା ନିଆଁ

Spread the love

ବୀରମିତ୍ରପୁର: ଚଳନ୍ତା କାର୍‌ରେ ନିଆଁ। ବିଚ ରାସ୍ତା ଉପରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଲା କାର୍‌। ତେବେ ସୌଭାଗ୍ୟକୁ ମୃତ୍ୟୁକୁ ମାତ ଦେଇ କାର ଚାଳକ ବର୍ତ୍ତି ଯାଇଛନ୍ତି। ୧୪୩ ନମ୍ୱର ଜାତୀୟ ରାଜପଥରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାମପାଲ ଶିବ ମନ୍ଦିର ନିକଟରେ।

ଜଣେ ବ୍ୟକ୍ତି ବାପଙ୍କ ସହ ଝାରଖଣ୍ଡରୁ କାର୍‌ ଡ୍ରାଇଭ କରି ରାଉରକେଲା ଅଭିମୁଖେ ଯାଉଥିଲେ। ୧୪୩ ନମ୍ୱର ଜାତୀୟ ରାଜପଥର ରାମ ପାଲ ଶିବ ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ହଠାତ୍‌ କାରରେ ନିଆଁ ଲାଗି ଯାଇଥିଲା। କାରରେ ନିଆଁ ଲାଗିଥିବା ଜାଣି ଉକ୍ତ ବ୍ୟକ୍ତି କାରକୁ ଅଟକାଇ ଥିଲେ ଓ କାର୍‌ରୁ ବାପାଙ୍କୁ ତାଙ୍କର ଉଦ୍ଧାର କରିଥିଲେ।

କାର ରାସ୍ତା ଉପରେ  ହୁତୁ ହୁତୁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ବୀରମିତ୍ରପୁର ଥାନା ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ନିଆଁରେ କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି।

Leave a Reply

Your email address will not be published. Required fields are marked *