ରେଳ ଦୁର୍ଘଟଣା ନେଇ ଥାନାରେ ମାମଲା ରୁଜୁ , ତଦନ୍ତ କରିବେ ଡିଏସପି

Spread the love

ଭୁବନେଶ୍ୱର : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ନେଇ ବାଲେଶ୍ୱର ଜିଆରପି ଥାନାରେ ଏତଲା ହୋଇଛି । ଜିଆରପି ଥାନା ଏସ୍ଆଇ ପପୁ ନାୟକଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରାଯାଇଛି । ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ସେହି ଏତଲା ଆଧାରରେ ବାଲେଶ୍ୱର ଜିଆରପି ଥାନାରେ ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ ଏବଂ ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍ ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *