ଓଡ଼ିଶା

ଅନୁଭବ- ବର୍ଷା କଳି: ମଧ୍ୟସ୍ଥତାର ବାଟ ଶେଷ

କଟକ:  ବର୍ଷା ଅନୁଭବ ପାରିବାରିକ ବିବାଦ । ଉଭୟଙ୍କ ମଧ୍ୟରେ ଶେଷ ହେଲା ମଧ୍ୟସ୍ଥତା । ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କଲେ ସାଂସଦ ଅନୁଭବ ମହାନ୍ତି। ମଧ୍ୟସ୍ଥତା ବନ୍ଦ କରି ଶୁଣାଣୀ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଅନୁଭବ।

ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳହରେ ସମାଧାନର ବାଟ ଦିଶୁନାହିଁ। ମଙ୍ଗଳବାର ଦିନ ଅନୁଭବ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ସେ ଉଲ୍ଲେଖ କରିଛନ୍ତି, ତାଙ୍କୁ ମଧ୍ୟସ୍ଥତାର ଆବଶ୍ୟକତା ନାହିଁ। ତେଣୁ ତୁରନ୍ତ ଶୁଣାଣି କରି ଏହା ଉପରେ ରାୟ ଦିଅନ୍ତୁ କୋର୍ଟ

ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ବର୍ଷା ପ୍ରିୟଦର୍ଶିନୀ। କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି। ତେବେ ପାରିବାରିକ ବିବାଦ ମାମଲାରେ ଉଭୟ ଆଜି କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ।

Leave a Reply

Your email address will not be published.

Back to top button