ବହ୍ନିକନ୍ୟା ପାର୍ବତୀଗିରିଙ୍କ ରାଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକୀ ପାଳନ ଉତ୍ସବ

ତ୍ୟାଗ ସେବା ଓ ସମର୍ପଣର ଅନ୍ୟନାମ ହେଉଛି ପାର୍ବତୀ ଗିରି । ବହ୍ନିକନ୍ୟା ଭାବେ ପରିଚିତ ଏହି ମହିୟସୀ ମହିଳାଙ୍କ ଆଜି ହେଉଛି ଶହେ ତମ ଜନ୍ମଜୟନ୍ତୀ। ଏହାକୁ ନେଇ ଆଜି ତାଙ୍କ ଜନ୍ମମାଟି ବରଗଡ ଜିଲ୍ଲା ବିଜେପୁର ବ୍ଲକ ସମଲେଇପଦର୍ ଗାଁ ଉତ୍ସବ ମୁଖର ହୋଇ ଉଠିଛି । ୧୯୨୬ ମସିହା ଜାନୁୟାରୀ ୧୯ ଆଜିର ଦିନରେ ବରଗଡ ଜିଲ୍ଲା ସମଲେଇପଦର୍  ଗାଁରେ ଜନ୍ମଲାଭ କରିଥିଲେ ପୂଜ୍ୟ ସ୍ୱାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀଗିରି । ଛୋଟ ଟି ବେଳୁ ତାଙ୍କର ଥିଲା ଅଦମ୍ୟ ସାହସ ଓ ଇଚ୍ଛା ଶକ୍ତି । ସେ ଯାହା କରିବାକୁ ଚାହୁଥିଲେ ତାହା କରିକି ଦେଖାଉଥିଲେ । ତାଙ୍କୁ ଯେତେବେଳେ ବାର ବର୍ଷ ହୋଇଥିଲା ସେତେବେଳେ ସେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେବାସହ ୧୪ବର୍ଷ ବୟସରେ ଜେଲ ଯାଇଥିଲେ ।ଏପରିକି ଦେଶ ସ୍ଵାଧୀନ ହେବାପରେ ମଧ୍ୟ ସେ ସମାଜରୁ ଜାତିପ୍ରଥା କୁସଂସ୍କାର ହଟେଇବା ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଇବା ସହ ଦୁଃଖୀ ରୋଗୀ ଗରିବଙ୍କ ସେବା କରିଆସୁଥିଲେ । ଆଜି ତାଙ୍କ ଶହେତମ ଜନ୍ମଦିନରେ ସରକାର ତାଙ୍କର ରାଜ୍ୟସ୍ତରୀୟ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି । ଯାହାକୁ ନେଇ ତାଙ୍କ ଜନ୍ମ ମାଟି ଉତ୍ସବ ମୁଖରିତ ହୋଇ ଉଠିଛି । ଏଥିରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ସାମିଲ ହୋଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *