ଚଇତି ଯାତ୍ରା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

Spread the love

ବ୍ରହ୍ମପୁର:  ଆଜି ଠାରୁ ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ବା ଚଇତି ଯାତ୍ରା। ଚଳିତ ବର୍ଷ ମା’ଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। । ସେପଟେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳାକୁ ରକ୍ଷା କରିବା ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। 4 ଗୋଟି ମଙ୍ଗଳବାରରେ ମାଙ୍କ ଯାତ୍ରା ହେବାକୁ ଥିବାବେଳେ, ପ୍ରଥମ ପାଳିରେ ରାତ୍ର ସାଢେ ୨ଟାରୁ ମନ୍ଦିର ଦ୍ୱାର ଫିଟା ଯାଇ ପରମ୍ପରା ଅନୁସାରେ ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ମା’ ତାରା ଓ ତାରିଣୀ ଦୁଇ ଭଉଣୀଙ୍କୁ ମହାକାଳୀ ବେଶରେ ସୁସଜ୍ଜିତ କରାଯାଇଥିଲା। ସକାଳ ସାଢେ ୫ଟାରେ ସାହାଣ ମେଲା ହୋଇ ମା’ ତାରା ତାରିଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହା ସହ ସାଢେ ୨ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଲକ୍ଷଧିକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ସମସ୍ତ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାମାଙ୍କୁ ଦର୍ଶନ କରିଛନ୍ତି।

ସେପଟେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଖରାକୁ ଦୃଷ୍ଟିରେ ରଖି ଟେଣ୍ଟର ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା, ବସ୍‌, ରୋପୱେ ସହ ପାହାଚରେ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ଯାତାୟାତ କରିବେ ସେନେଇ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ୫ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ସହଯୋଗ କରିବା ପାଇଁ 10 ପ୍ଲାଟୁନ ପୋଲିସ ଫେର୍ସ ସହ 7 ଜଣ ଡ଼ିଏସପି ଓ ଦୁଇ ଜଣ ଅତିରିକ୍ତ ଏସ୍ପି ନିୟୋଜିତ ରହିଛନ୍ତି।

ପ୍ରସିଦ୍ଧ ତାରାତାରିଣୀଙ୍କ ଯାତ୍ରା ଆରମ୍ଭ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ସମସ୍ତ ପ୍ରକକାରର ବ୍ୟବସ୍ଥା କରାଯାଇଛି।  

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *