କ୍ୟାବିନେଟ୍ ଢାଞ୍ଚା- ମନ୍ତ୍ରୀଙ୍କ ମହତ୍ତ୍ୱ ବଢ଼ାଇଲେ ମୋହନ

ବଦଳିଲା ରାଜ୍ୟ କ୍ୟାବିନେଟର ଢାଞ୍ଚା। ସଚିବଙ୍କ କ୍ଷମତା ସଙ୍କୁଚିତ କଲେ ସରକାର। ଆଉ ମନ୍ତ୍ରୀ ହେଲେ ମୋଷ୍ଟ ପାଓ୍ୱାରଫୁଲ। କ୍ୟାବିନେଟ ବୈଠକରେ ଏଣିକି ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ବ୍ୟତୀତ ଅନ୍ୟ ଅଫିସର ବସିପାରିବେନି। ସଂସଦୀୟ ବ୍ୟାପାର ସଚିବ ସମସ୍ତ ବିଭାଗକୁ ନେଇ ଏ ନେଇ ଚିଠି ଲେଖିଛନ୍ତି।  ୫ ଦିନ ଆଗରୁ କ୍ୟାବିନେଟ୍ ବୈଠକ ତାରିଖ ଧାର୍ଯ୍ୟ ହେବ। ଦିନ ପୂର୍ବରୁ କେଉଁ ପ୍ରସ୍ତାବ କ୍ୟାବିନେଟରେ ପଡ଼ିବ, ସ୍ଥିର ହେବ। ୨ ଦିନ ଆଗରୁ ଫାଇଲ୍ ଯିବ ମନ୍ତ୍ରୀଙ୍କ ପାଖକୁ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସିପାରିବନି। ବିନା ଅନୁମତିରେ କୌଣସି ବିଭାଗୀୟ ସଚିବ କ୍ୟାବିନେଟରେ ବସିପାରିବେନି। ନବୀନ ସରକାର ଅମଳରେ କ୍ୟାବିନେଟ୍‌ ବୈଠକରେ ମନ୍ତ୍ରୀମାନେ କିଛି ଜାଣୁନଥିଲେ। ନା ଏଜେଣ୍ଡା ଜାଣୁଥିଲେ ନା ଫାଇଲ୍ ସେମାନଙ୍କ ପାଖକୁ ଯାଏ। ଅଫିସରଙ୍କ ମାମଲତି ଅଧିକ ଥିଲା। କ୍ୟାବିନେଟ ନିଷ୍ପତ୍ତି ନେଇ ଅଫିସର ବି ପ୍ରେସକୁ ବ୍ରିଫ୍ କରୁଥିଲେ। ହେଲେ ଏଣିକି ଏ ଢାଞ୍ଚାକୁ ବଦଳାଇଦେଲେ ମୋହନ ସରକାର। ପୂର୍ବ ସରକାରରେ ଗଣତନ୍ତ୍ରରେ ରାଜନୀତିକ ନେତୃତ୍ୱର ଭୂମିକାକୁ ଗୌଣ କରାଯାଇଥିଲା। ହେଲେ ନୂଆ ନିଷ୍ପତ୍ତି ଏଣିକି ମନ୍ତ୍ରୀଙ୍କ ମହତ୍ତ୍ୱ ବଢ଼ାଇବ ଓ ଜନସାଧାରଣଙ୍କ ଆଗରେ ସରକାରଙ୍କ ଉତ୍ତରଦାୟିତ୍ୱକୁ ନ୍ୟସ୍ତ କରାଇବ।  ପୂର୍ବରୁ କ୍ୟାବିନେଟ୍ ମାତ୍ର ୧୦ରୁ ୧୫ ମିନିଟରେ ସରିଯାଉଥିଲା। କ୍ୟାବିନେଟରେ ମନ୍ତ୍ରୀ ପରିଷଦକୁ ଗୌଣ କରି ରଖାଯାଇ ଅମଲାତନ୍ତ୍ରର ସରକାର ଚାଲିଥିଲା। ୨୪ ବର୍ଷ ହେଲା ଅହଙ୍କାରୀ ଶାସନରେ ସଚିବ ହିଁ ସର୍ବସ୍ୱ ହୋଇଯାଇଥିଲେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ଓ ରବି ନାଏକ। ସେପଟେ ବିଜେଡି କହିଛି, ଏହା ତୁଛା ପ୍ରହସନ। ବ୍ୟବସ୍ଥାକୁ ବୁଝିବାକୁ ଅସମର୍ଥ ମୋହନ ସରକାର। କ୍ଷମତାକୁ ଆସିବାରେ ବର୍ଷେ ହେଲାଣି। ଅନେକ କଥା କହୁଛନ୍ତି କେବଳ। ଗ୍ରାଉଣ୍ଡରେ କିନ୍ତୁ କୌଣସି ପ୍ରଭାବ ପଡ଼ୁନି। ଯାହା କରାଯାଉଛି ରାଜନୈତିକ ଉଦ୍ଦେଶ୍ୟରେ। ନବୀନ ସରକାର ଅମଳର ଅନେକ ଭଲ କାମ ଓ ଯୋଜନାକୁ ବଦଳାଇ ନୂଆ ନାଁ ଓ ରଙ୍ଗ ଦେଇ ଛବି ମଳିନ ଲାଗି ଅପଚେଷ୍ଟା ଚାଲିଛି। କ୍ୟାବିନେଟ୍ ଢାଞ୍ଚା ପରିବର୍ତ୍ତନ କେବଳ ମାର୍କେଟିଂ ସରକାରର ଆଉ ଏକ ପାର୍ଟ ବୋଲି କହିଛନ୍ତି ବିଜେଡି ବିଧାୟକ କଳିକେଶ ସିଂଦେଓ। ନବୀନ ସରକାର ଅମଳରେ ଅମଲାତନ୍ତ୍ରର ଏତେ ପ୍ରଭାବ ଥିଲା ଯେ, ସେଠାରେ ମଳିନ ଦିଶୁଥିଲେ ମନ୍ତ୍ରୀ। ବିଭାଗର ମୁଖିଆ ଭାବେ ମନ୍ତ୍ରୀ ନାଁକୁ ମାତ୍ର ଥିଲେ। କିନ୍ତୁ ସବୁ କିଛି କରୁଥିଲେ ସଚିବ। ଏପରିକି ସଚିବଙ୍କ ବିନା ଦସ୍ତଖତରେ ଫାଇଲ ଘୁଞ୍ଚେନା। ମନ୍ତ୍ରୀ ବି ଅସହାୟ ଥିଲେ। କାରଣ ମନ୍ତ୍ରୀ ପଦ ଚାଲିଯିବାର ଭୟ ଘାରୁଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *