ଔରଙ୍ଗଜେବଙ୍କ କବର ବିବାଦରେ ବିସ୍ଫୋରକ ବୟାନ ଦେଇଛନ୍ତି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ। ଫଡନାଭିସ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଞ୍ଜୟ। ଇତିହାସ ଯେମିତି ଅଛି, ସେମିତି ରହିବାକୁ ଦିଅ ବୋଲି ଆହ୍ୱାନ କରିଛନ୍ତି। ଔରଙ୍ଗଜେବଙ୍କ କବର ସୌର୍ଯ୍ୟର ପ୍ରତୀକ ବୋଲି କହିଛନ୍ତି। ନୂଆ ହିନ୍ଦୁତ୍ୱବାଦୀଙ୍କୁ ଇତିହାସ ବାବଦରେ ଧାରଣା ନାହିଁ କହି କଟାକ୍ଷ ଫିଙ୍ଗିଛନ୍ତି। ସଞ୍ଜୟ କହିଛନ୍ତି, ଆକ୍ରମକ ଔରଙ୍ଗଜେବ ମହାରାଷ୍ଟ୍ର, ଛତ୍ରପତି ଶିବାଜୀ ମହାରାଜା ଓ ମରାଠା ଉପରେ ବିଜୟପ୍ରାପ୍ତ କରିପାରିନଥିଲେ। ତାଙ୍କର କବର ମହାରାଷ୍ଟ୍ରରେ କରିବାକୁ ପଡ଼ିଥିଲା। ଏହା ହିଁ ହେଉଛି ଇତିହାସ। ଦେଶରେ ନରେନ୍ଦ୍ର ମୋଦି, ଆରଏସଏସର ସରକାର ଥିଲେ ଆନ୍ଦୋଳନ କରିବା ଆବଶ୍ୟକତା ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now