ସରକାରୀ ଚିକିତ୍ସାରୁ ବଞ୍ଚିତ ଗ୍ରାମବାସୀଙ୍କ ପାଇଁ ଚେଙ୍କ ଚିକିତ୍ସା

Spread the love

କାମାକ୍ଷାନଗର: ରୋଗରୁ ମୁକ୍ତି ପାଇଁ ଗାଁରେ ଚାଲିଛି ଚେଙ୍କ ଚିକିତ୍ସା। କାରଣ ସରକାରୀ ଚିକିତ୍ସାରୁ ବଞ୍ଚିତ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କିମ୍ଭିରିମୁଣ୍ଡା ଗାଁର ଘଟଣା। ଖବର ପ୍ରସାରଣ ପରେ, ଗାଁ ରେ ପହଁଚିଲା ପ୍ରଶାସନ । ଅନ୍ଧ ବିଶ୍ୱାସ  ବଶବର୍ତ୍ତୀ ହେଉ ଅବା ପ୍ରଶାସନ ର ଅବହେଳା ଯୋଗୁଁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏବେବି ଚେଙ୍କ ଚିକତ୍ସା ଉପରେ ବିଶ୍ବାସ ରଖିଛନ୍ତି ଗ୍ରାମବାସୀ ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କିମ୍ଭିରିମୁଣ୍ଡା ଗାଁ। ଗାଁରେ କୁଡୁମି ସମ୍ପ୍ରଦାୟର  ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ହେଲେ ଏଠାକୁ ଯାତାୟାତର ସୁବିଧା ନାହିଁ । ଫଳରେ ସରକାରଙ୍କ ଚିକିତ୍ସାରୁ ବଂଚିତ ଗ୍ରାମବାସୀ। ବାଧ୍ୟ ହୋଇ ଲୋକେ ରୋଗ ଭଲ କରିବାକୁ ଚେଙ୍କ ଚିକିତ୍ସା ଉପରେ ନିର୍ଭର କରନ୍ତି । ମକର ସଂକ୍ରାନ୍ତ ପରଠାରୁ ଗାଁର ପୁରୁଷ ଓ ମହିଳା ଲୁହା କିମ୍ବା ତମ୍ବା ରଡକୁ ନିଆଁରେ ତତାଇ ସେଥିରେ ଚେଙ୍କ ନେଇଥାନ୍ତି ।  କେବଳ ସେତିକି ନୁହେଁ ୭ଟି ଅରଖ ପତ୍ରରେ ଜଡା ତେଲ ଦେଇ ତତଲା ରଡ ରଖିଲେ ଅଣ୍ଟାଜନିତ ରୋଗ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ସେପଟେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ  ଗାଁଲୋକେ ଚେଙ୍କ ଚିକିତ୍ସା କରାଉଥିବା କହିଛନ୍ତି ବୁଦ୍ଧିଜୀବୀ।

ଚେଙ୍କ ଚିକିତ୍ସାକୁ ନେଇ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ଗାଁ କୁ ଯାଇ ଲୋକଙ୍କୁ ସଚେତନ କରିବା ସହ ରାସ୍ତା, ପାନୀୟ ଜଳ ସହ ସରକାରଙ୍କ ସମସ୍ତ ଯୋଜନା ପହଂଚିବା ନେଇ ପ୍ରତିଶୃତି ଦେଇଛନ୍ତି । ତେବେ ବାସ୍ତବରେ ଏହି ଗାଁରେ କେବେ ସରକାରଙ୍କ କୃପା ଦୃଷ୍ଟି ପଡୁଛି , ତାହା ଦେଖିବାକୁ ବାକି ରହିଲା।

ସୈାମେନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *