ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାରକ ପତ୍ର ପ୍ରଦାନ

Spread the love

କନ୍ଧମାଳ : ଦେଶରେ ସ୍ୱଛ ନିର୍ମଳ, ଉତ୍ତରଦାୟୀ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଦେଶ ସ୍ୱାଧିନର ୫୯ବର୍ଷ ପରେ ୨୦୦୫ମସିହାରେ ଜନ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଲା । ଶାସନ କଳକୁ ଅଧିକ ଲୋକାଭିମୁଖୀ ଓ ଅଧିକ ସ୍ୱଛ ଓ ସଂମ୍ପୂର୍ଣ୍ଣ ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ କରିବାକୁ ଓଡିଶା ସରକାର ଆଉପାଦେ ଆଗକୁ ଯାଇ ୫ଟି କାର୍ଯ୍ୟକାରୀ କଲେ । ହେଲେ ଦୁର୍ନୀତି କିଭଳି ନୀତିରେ ପରିଣତ ହୋଇଛି ସମସ୍ତେ ଅନୁଭବ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସୂଚନା ଅଧିକାର କର୍ମୀମାନେ ସୂଚନା ଅଧିକାର ଆଇନ ଉପଯୋଗ କରି ଦୁର୍ନୀତିଗ୍ରସ୍ତ କର୍ମଚାରୀ, ରାଜନେତା, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଦୁର୍ନୀତି ଲୋକ ଲୋଚନକୁ ଆଣଛନ୍ତି ।କିନ୍ତୁ ଏଥିରେ ଉତକ୍ଷିପ୍ତ ହୋଇ ଅସାମାଜିକ ଲୋକଙ୍କ ଜରିଆରେ ରାଜନୈତିକ ବ୍ୟକ୍ତି ଓ ଅସାଧୁ ଅଧିକାରୀ ମାନେ ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କରିବା ଓ ମିଥ୍ୟା ମାମଲାରେ ଫସାଇ ସୂଚନା ଅଧିକାର ଆଇନକୁ ଅକାମି କରିବାକୁ ଚେଷ୍ଟା କରୁଛନ୍ତି । ଫୁଲବାଣୀ ପୌର ପରିଷଦରେ ନିମ୍ନମାନର କାମ ହେତୁ ନାରାୟଣୀ ପାର୍କ, ପିଅନପଡା ପୋଖରୀ ଭୁଷୁଡି ପଡିବା,ଅମୃତ ସରୋବର ଠକେଇ ହେବା,ଆଡିବନ୍ଧ ଭାଙ୍ଗି ଯିବା,ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ପିଚୁ ଉଠିଯିବା,ରାସ୍ତା କଡ ଡ୍ରେନ ଗାର୍ଡୱଲ ଭାଙ୍ଗିଯିବା ,ନିମ୍ନମାନର କୋଠା ନିର୍ମାଣ, କମ ମୂଲ୍ୟ ର କାମକୁ ଅଧିକ ବିଲ କରିବା ଇତ୍ୟାଦି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ୫ଟି କୁ ସୂଚନା ଅଧିକାର କର୍ମୀ କାର୍ଯ୍ୟକାରୀ କରୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସରକାର ଯତ୍ନବାନ ହେବାକୁ ଜୁଲାଇ ୧୫ତାରିଖରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରି ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଯାଜପୁର ଧାମନଗର ବିଧାୟକଙ୍କ ନିର୍ଦ୍ଦେଶରେ ଧାମନଗର ତହସିଲଦାର ଓ ପୋଲିସ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରିଛନ୍ତି । ସର୍ବେଶ୍ୱର ବେଉରା ଯାଜପୁର ଜିଲ୍ଲାର ୨୦୦ କୋଟିର ଖଣିଜ ସମ୍ପଦର ଲୁଟ ଆରଟିଆଇରେ ମାଗି ଲୋକାୟୁକ୍ତ ରେ ଦେବାରୁ ସେମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ।ସେହିପରି ବାଲିଚନ୍ଦ୍ରପୁର ଅଞ୍ଚଳରୁ ୨୮୦ କୋଟି ଟଙ୍କା ଲିଜଧାରୀଙ୍କ ଠାରୁ ଆଦାୟ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।ଏହାର ପର୍ଦାଫାସ କରିଥିବାରୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ କ୍ଷମତା ଅପପ୍ରୟୋଗରେ ସର୍ବେଶ୍ୱରଙ୍କୁ ଜୀବନରେ ମାରିଦେବାକୁ ପ୍ରୟାସ ହେଉଛି ।ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ୱତନ୍ତ୍ର ସଚିବ ଭିକେ ପାଣ୍ଡିୟାନ ଏ ସବୁ ଦୁର୍ନୀତିଗ୍ରସ୍ତଙ୍କୁ ଚିହ୍ନଟ କରି ସୂଚନା ଅଧିକାର କର୍ମୀଙ୍କୁ ସୁରକ୍ଷା ଦେବା ଓ ସୂଚନା ଅଧିକାର ଆଇନ କଡାକଡି ପ୍ରତି କାର୍ଯ୍ୟାଳୟରେ ପାଳନ କରିବାକୁ ଅନୁରୋଧ କରାଯାଇଛି ।କନ୍ଧମାଳ ସୂଚନା ଅଧିକାର କର୍ମୀ ଙ୍କ ପକ୍ଷରୁକନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।ଏହି ଅବସରରେ ସୂଚନା ଅଧିକାର କର୍ମୀ ଅଶୋକ ପରିଡାଙ୍କ ସହ ବଂଶୀଧର ପଣ୍ଡା ପ୍ରମୋଦ ସାହୁ,ପିତାମ୍ବର ମିଶ୍ର,ସୁବାଷ ବେହେରା, ମୁକେଶ ମଲିକ, ଚିକୁନ ମଲିକ, ବୁଦ୍ଧଦେବ ବେହେରା, ଲଳିତ କହଁର,ରାଜୁ ପାଢୀ,ରମେଶ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *