‘ସଷ୍ଟେନ: ଦ କ୍ରାଫ୍ଟ ଇଡିଅମ୍‌’ ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the love

ଭୁବନେଶ୍ୱର : ଭୁବନେଶ୍ୱରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍‌’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ ।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍‌’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଉଛି । ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଗ୍ରହଣ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଆୟୋଜନ କରାଯାଉଛି । ଆସନ୍ତାକାଲି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ ।

ଜି-୨୦ ସଦସ୍ୟ ରାଷ୍ଟ୍ର, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କ ସହିତ ମତ ବିନିମୟ କରିଥିଲେ । ସେମାନେ ମଧ୍ୟ କାରିଗରମାନଙ୍କ ଠାରୁ ବିଭିନ୍ନ ହସ୍ତକଳାର ତିଆରି ପଦ୍ଧତିର ପ୍ରତ୍ୟକ୍ଷ ଭାବେ ଦେଖିବା ଓ ଅନୁଭୂତି ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *