ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି

Spread the love

ଭୁବନେଶ୍ୱର : ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ୱତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ । ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇ.ଜି ପାହ୍ୟାର ଅଧିକାରୀ ରହିବେ ଏବଂ ଅନ୍ୟ ଜଣେ ଡି.ଆଇ.ଜି ବା ଏସ୍‌.ପି ପାହ୍ୟାରେ ରହିବେ ।

ପୋଲିସ ବିଭାଗରେ ସିପାହୀଠାରୁ ଆରମ୍ଭ କରି ସବ୍ ଇନିସ୍‌ପେକ୍ଟର ତଥା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ୱ ଏହି ବୋର୍ଡ ସଂପାଦନ କରିବ । ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ୱାରା ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

Leave a Reply

Your email address will not be published. Required fields are marked *