ଭିଜିଲାନ୍ସ ଜାଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଓ ଜଗତସିଂହପୁରରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରର କାନନବିହାରରେ ଥିବା ୪ ମହଲା ଘର, ସାମନ୍ତରାପୁରରେ ଥିବା ଅଫିସ୍ ଓ ଜଗତସିଂହପୁରର କେଉପଡ଼ା ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରାଯାଇଛି। ଏହି ଚଢ଼ାଉରେ ୩ ଜଣ ଡିଏସ୍ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ ଜଣ ASI ସାମିଲ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now