ମହିଳାଙ୍କ ସମ୍ପର୍କରେ ଅପଶବ୍ଦ ବ୍ୟବହାର: ଥାନାରେ ମାମଲା

Spread the love

କୋରାପୁଟ: କୋରାପୁଟ ଜିଲ୍ଲାର ମହିଳାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ମହିଳାଙ୍କୁ ନେଇ ବିକୃତ ଓ କଦର୍ଥ ଗୀତ ରେକଡ଼ିଂ କରି ସୋସିଆଲ ମିଡିଆରେ ଅପଲୋଡ଼ କରିବା ଘଟଣାରେ ତାତିଛନ୍ତି ମହିଳା, ଦେଖାଦେଇଛି ଅସନ୍ତୋଷ। ଏନେଇ ହୋଇଛି ଅଭିଯୋଗ।

 ଶଙ୍କର ଓମ୍ ସରଣମ୍ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ମହିଳାଙ୍କୁ ନେଇ ଗୀତ ରେକର୍ଡି କରିଛନ୍ତି। ଏହି ଗୀତରେ ବିଭିନ୍ନ ଜିଲ୍ଲାର ମହିଳାଙ୍କ ସମ୍ପର୍କରେ ବିଭିନ୍ନ କଥା କୁହାଯାଇଛି। ତେବେ ଗୀତରେ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।

ଏଥିରେ ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ମହିଳା ଓ ଝିଅଙ୍କୁ ନେଇ ଯେଉଁ ଅପଶବ୍ଦ ବ୍ୟବହାର ହୋଇଛି ଏଠାକାର ମହିଳାଙ୍କ ଭାବନାକୁ ଆହତ ଦେଇଛି। ଯାହାକୁ ନେଇ ଜୟପୁରର କଳାକାର ଓ ମହିଳା ମାନେ ଏହି ଗୀତକୁ ସୋସିଆଲ ମିଡିଆରୁ ଡିଲିଟ କରିବା ସହ ଗାୟକ, ପ୍ରଯୋଜକ ଓ ଏହି ଗୀତ ସହ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *