କଂଗ୍ରେସ ପକ୍ଷରୁ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଆଜି

Spread the love

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ବିଜୁଳିକାଟ ଜନିତ ଯନ୍ତ୍ରାଣାରୁ ମୁକ୍ତ କରିବା ଓ ଅବିଚାରିତ ବିଦ୍ୟୁତ ଦେୟର ପରିମାଣ ହ୍ରାସ କରିବା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସୋମବାର ଦିବା ୧୧ ଘଟିକା ସମୟରେ ଭୁବନେଶ୍ୱର ସହୀଦ ନଗରସ୍ଥ ଗ୍ରୀଡ଼କୋ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ ତରଫରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗ୍ରୀଡ଼କୋ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ, କର୍ମୀ ଓ କର୍ମକର୍ତା, ଦଳର ସମସ୍ତ ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସମସ୍ତ କର୍ମର୍କତା ଯୋଗ ଦେବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ବିଦ୍ୟୁତ ଉପଭୋକ୍ତା ଓ ଜନସାଧାରଣଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *