ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ଅଡ଼ୁଆ ବଢିଲା, ଥାନା ଗଣ୍ଡଗୋଳ ଘଟଣାରେ ମାମଲା ରଦ୍ଦ ପାଇଁ ଆବେଦନକୁ ଖାରଜ କଲେ ହାଇକୋର୍ଟ

Spread the love

ଭୁବନେଶ୍ୱର : ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଇଁ ଅଡ଼ୁଆ ବଢିଛି । ହାଇକୋର୍ଟ କାମାକ୍ଷାନଗର ଥାନା ଗଣ୍ଡଗୋଳ ଘଟଣାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ ଦାୟର ପିଟିସନକୁ ଖାରଜ କରି ଦେବା ପରେ ତାଙ୍କର ଅଡୁଆ ବଢିଛି । ଏହି ମାମଲାର ଶୁଣାଣୀ ନିମ୍ନ ଅଦାଲତରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୩ ମସିହାରେ ମନ୍ତ୍ରୀ ଓ ତାଙ୍କର କିଛି ସମର୍ଥକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭିତରେ ପଶି ଭଙ୍ଗାରୁଜା କରିବା ସହ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ତାଙ୍କ ସମର୍ଥକଙ୍କ ବିରୋଧରେ ଏତଲା ହୋଇଥିଲା ।

Leave a Reply

Your email address will not be published. Required fields are marked *