ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଚାଷୀଙ୍କ ବହୁ ଦାବି ପରେ ଖୋଲିଲା କପାମଣ୍ଡି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣର ଅର୍ଥ କାରି କପା ଚାଷ ହୋଇଛି। ହେଲେ ବିକ୍ରି ବଟା ର ଅବ୍ୟବସ୍ଥା ଯୋଗୁଁ ଚାଷି ପ୍ରତିବର୍ଷ କ୍ଷତି ସହୁଥିବା ଅଭିଯୋଗ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଆରମ୍ଭ କରାଯାଇଛି । କଲାପଥର ସ୍ଥିତ ଚନ୍ଦ୍ରିକା ଏଣ୍ଟରପ୍ରାଇଯେସ ରେ ଆରମ୍ଭ ହୋଇଥିବା ଏହି ମଣ୍ଡି ରେ ଭାରତୀୟ କପା ଆୟୋଗ ( CCI) ସିଧାସଳଖ ଭାବେ ପଞ୍ଜୀକୃତ ଚାଷୀଙ୍କ ଠାରୁ କପା କିଣିବ । ଯାହା ଫଳରେ ଚାଷୀ ତାର ଉଚିତ୍ ମୂଲ୍ୟ ପାଇ ପାରିବ । ଆଜି ଏହି ମଣ୍ଡିକୁ ଜିଲ୍ଲାପାଳ ଅନ୍ୟା ଦାସ ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ସୁରୁଖୁରୁ ରେ କପା ମଣ୍ଡି ରେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ କପା ବିକ୍ରି କରିପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now