ବାସ୍ତବରେ ଆଳୁ କେଜିକୁ କେତେଟଙ୍କାରେ ବିକୁଛନ୍ତି ବେପାରୀ। ଆଉ ଖାଉଟି କେତେ ଟଙ୍କାରେ କିଣୁଛନ୍ତି। ୟୁପିରୁ ଆଳୁ ଆସିବା ପରେ ଦର କମିଛି କି। ପଶ୍ଚିମବଙ୍ଗ ସରକାର ଆଳୁ କଟକଣା ହଟାଇବା ପରେ ସ୍ଥିତି ସ୍ୱାଭାବିକ ହୋଇଛି କି। ଏଭଳି ସ୍ଥିତିରେ ପୁଣି ଯୋଗାଣ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି ସାମ୍ନାକୁ ଆସିଛି। ଆଳୁ ପ୍ରଚୁର ପରିମାଣରେ ମହଜୁଦ୍ ଅଛି। ଯଥେଷ୍ଟ ଆଳୁ ବି ଆସି ପଡ଼ୋଶୀ ରାଜ୍ୟରୁ ପହଞ୍ଚିଲାଣି। ଏବେ ଆଳୁ ଦର ୩୦ରୁ ୩୫ ଟଙ୍କା ଭିତରେ ବିକୁଛନ୍ତି ବେପାରୀ। ଆଗକୁ ଆହୁରି ଦର ଖସିବ। ବିରୋଧୀ ତୁଛାରେ ଆଳୁକୁ ନେଇ ଶୁଖଲା ରାଜନୀତି କରୁଛନ୍ତି ବୋଲି କହୁଛନ୍ତି ଯୋଗାଣ ମନ୍ତ୍ରୀ। ଏଭଳି ବିତଣ୍ଡା ଯୁକ୍ତି ଛାଡ଼ି ଆଳୁ ସଙ୍କଟ ଟାଳିବାକୁ ମନ୍ତ୍ରୀ ବାସ୍ତବିକ ଠିକଣା ପଦକ୍ଷେପ ନିଅନ୍ତୁ କହି ବିରୋଧୀ ଦେଇଛନ୍ତି ପରାମର୍ଶ।
ସେପଟେ ଗ୍ରାଉଣ୍ଡରେ ଏହାର ବାସ୍ତବତା ଦେଖିଲା ବେଳକୁ ପୁରା ଭିନ୍ନ। କେଉଁଠି ବି ୩୦ରେ ଆଳୁ ମିଳୁନି। ୪୫ ତଳକୁ ଖସୁନାହାନ୍ତି ବେପାରୀ। ଦେଖିଚାହିଁ କାରବାର ବେଳେ କେଉଁଠି ୩୫ରେ ବିକୁଛନ୍ତି। ଆଗକୁ ଆଳୁ ଦର ଖସିବ ଶୁଣି ବେଶୀ ପରିମାଣର ଆଳୁ ଖାଉଟି ବି ନେଉନାହାନ୍ତି। ବେପାରୀ ବି ଚିନ୍ତାରେ। ଆଳୁର ଚଢ଼ା ଦର ଲାଗି ଲୋକେ ବି ମୁହଁ ଫେରାଇବାକୁ ଆରମ୍ଭ କରିଛନ୍ତି। ୟୁପି ଆଳୁର ପରିବହନ ଖର୍ଚ୍ଚ ଖାଉଟିଙ୍କ ଉପରେ ପଡ଼ୁଛି। ଲୋକେ ବି ଆଳୁ ସଙ୍କଟ ନେଇ କହିଲେଣି, ଅଧିକାଂଶ ସମୟରେ ଓଡ଼ିଶାକୁ ଆଳୁ ଦେବା ନେଇ ପଡ଼ୋଶୀଙ୍କ ବ୍ଲାକମେଲିଂ ଥିଓରୀକୁ କାଉଣ୍ଟର କରିବାକୁ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ। ଶୀତଳଭଣ୍ଡାର କରି ଆଳୁ ମହଜୁଦ୍ ରଖିଲେ ଏଭଳି ତିରୋଟ ଅବସ୍ଥା ସୃଷ୍ଟି ହୁଅନ୍ତାନି।
ଉପରେ ମନ୍ତ୍ରୀ ଯାହା କହୁଛନ୍ତି, ଗ୍ରାଉଣ୍ଡରେ ତାହାର ପ୍ରତିଫଳନ ଦେଖିବାକୁ ମିଳୁନି। ଅଧିକ ଦରରେ ବିକ୍ରି, କଳାବଜାରୀ, ହୋର୍ଡିଂକୁ ରୋକିବାକୁ ଯୋଗାଣ ବିଭାଗ ନିରନ୍ତର ଚଢ଼ାଉ ଜାରି ରଖିଥିବା ସତ୍ତ୍ୱେ ବେଫିକର ବେପାରୀ ଆଉ ଲୋକେ ହନ୍ତସନ୍ତ ହେବା ସାର ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now