ଶ୍ରୀ କ୍ଷେତ୍ରରେ ଭକ୍ତଙ୍କ ଭିଡ

Spread the love

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପଞ୍ଚୁକର ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜ ମାନ କରିଛନ୍ତି ଚତୁର୍ଦ୍ଧା ମୂରତି । ସେପଟେ ବାବା ଧବଳେଶ୍ବରଙ୍କ ପୀଠରେ ସମସ୍ତ ରୀତିନୀତି ସହ ଧବଳେଶ୍ବରଙ୍କ ଫାଟକ ନିକଟରେ ବାହାରେ ରହି ଦର୍ଶନ କରିଛନ୍ତି ଭକ୍ତ । ଚଳିତବର୍ଷ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଭର୍ଚୁଆଲରେ ବାବା ଧବଳେଶ୍ବରଙ୍କ ଦର୍ଶନ କରୁଛନ୍ତି ଭକ୍ତ । ସେହିପରି କଟକ ଜିଲ୍ଲାର ବାଙ୍କୀ ଓ ବଡମ୍ବା ବ୍ଲକର ସୀମାନ୍ତରେ ଥିବା ବାବା ସିଂହନାଥଙ୍କ ପୀଠରେ ଭକ୍ତଙ୍କ ଭିଡ ଲାଗିଛି।

ଆଜି ପଞ୍ଚକର ପ୍ରଥମ ଦିନ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜ ମାନ କରିଛନ୍ତି ଚତୁର୍ଦ୍ଧା ମୂରତି । ମହାପ୍ରଭୁଙ୍କ ଦ୍ୱାରଫିଟା ପରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି ଓ ଅବକାଶ ନୀତି ଶେଷ ହେବାପରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥିଲା। ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ବେଶରେ ବିଭୂଷିତ କରିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଭୂଜ, ଶଙ୍ଖଚକ୍ର, ବଡଭାଇ ବଳଭଦ୍ର ହଳ ମୂଷଳ ଧାରଣ କରିଥିଲେ।

ସେପଟେ ବାବା ଧବଳେଶ୍ବରଙ୍କ ପୀଠରେ ସମସ୍ତ ରୀତିନୀତି କରାଯାଉଛି। ରାତି ୩ଟାରୁ ପହଡ ଖୋଲାଯାଇ ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆରତୀ ହୋଇଛି। ସେହିପରି ଧବଳେଶ୍ବରଙ୍କ ନିକଟରେ ଖେଚୁଡି ଭୋଗ ଲଗାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ବାର ଫିଟା ଯାଇଛି। ଧବଳେଶ୍ବରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ମୁଖ୍ୟ ରାସ୍ତା କଡରେ ଧବଳେଶ୍ବରଙ୍କ ଫାଟକ ନିକଟରେ ବାହାରେ ରହି ଦର୍ଶନ କରୁଛନ୍ତି। ଚଳିତବର୍ଷ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଭର୍ଚୁଆଲରେ ବାବା ଧବଳେଶ୍ବରଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଅନ୍ୟପଟେ ଦେଖିବାକୁ ଗଲେ କଟକ ଜିଲ୍ଲା ର ବାଙ୍କୀ ଓ ବଡମ୍ବା ବ୍ଲକର ସୀମାନ୍ତ  ଆଉ ମହାନଦୀ ର ମଧ୍ୟ ଭାଗର ଏକ ଟାପୁ ରେ ବାଲି ବାବା ସିଂହନାଥଙ୍କ ଠାରେ ଭକ୍ତଙ୍କ ଭିଡ ଲାଗି ରହିଛି । ସେହିପରି ଏହି ପୀଠର ରକ୍ଷଣା ବେକ୍ଷଣାର  ଦାଇତ୍ୱ ସରକାରଙ୍କ ଦେବତ୍ୱର ବିଭାଗ ନେଇଛନ୍ତି ।

ଆଜି ଠାରୁ ପଞ୍ଚୁକ ଆରମ୍ଭ ହୋଇଥିବା ବେଳ ଶୌବ ପୀଠ ମାନଙ୍କରେ ଭକ୍ତଙ୍କ ଭିଡ ପରିଲିକ୍ଷିତ ହେଉଛି ।

Leave a Reply

Your email address will not be published. Required fields are marked *