ଚତୁର୍ଥ ପର୍ଯ୍ୟାୟରେ ୫-ଟିରେ ସାମିଲ ସ୍କୁଲର ଭିତ୍ତିଭୂମି ଅଭାବରୁ କାର୍ଯ୍ୟ ଆରମ୍ଭ ନେଇ ପ୍ରଶାସନ ଚିନ୍ତାରେ

Spread the love

ସାଲେପୁର : ମୋ ସ୍କୁଲ ଯୋଜନାରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇ ରୂପାନ୍ତରଣ କରିବାକୁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୪ର୍ଥ ପର୍ଯ୍ୟାୟରେ ୧୦ ଟି ବିଦ୍ୟାଳୟ ସାମିଲ କରାଯାଇଛି । ଏହି ୧୦ ଟି ବିଦ୍ୟାଳୟର ରୂପାନ୍ତୀକରଣ କାର୍ଯ୍ୟକ୍ରମ ପାଇଁ ମୋ ସ୍କୁଲ ଯୋଜନାରେ ଖୋଲାଯାଇଥିବା ବ୍ୟାଙ୍କ ଜମାଖାତାକୁ ସରକାରଙ୍କ ପକ୍ଷରୁ ୪୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯାଇଛି । ଏହି ଅର୍ଥ ଖର୍ଚ୍ଚ ହେବା ପୂର୍ବରୁ ଯୋଜନାର ନିୟମାନୁସାରେ ପ୍ରଥମେ ପ୍ରଶାସନ ପକ୍ଷରୁ ଏକ ବୈଠକ ଡକାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବା କଥା । ଇତି ମଧ୍ୟରେ ୧୦ ଟି ବିଦ୍ୟାଳୟ ମଧ୍ୟରୁ ୯ ଟି ବିଦ୍ୟାଳୟରେ ବୈଠକ ଶେଷ ହୋଇଥିବା ବେଳେ କେଣ୍ଟାଳ ପଞ୍ଚାୟତ ମଲ୍ଲୀପୁରଠାରେ ଥିବା ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟକ୍ରମ ପାଇଁ ବୈଠକ ହୋଇପାରିନଥିବା ଜଣାଯାଇଛି । ଏହି ଅବସରରେ ମଙ୍ଗଳବାର ଦିନ ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ନିର୍ଦ୍ଦେଶକ୍ରମେ ଟି.ସି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ବୈଠକ ଅନୁଷ୍ଠିତ ହୋଇଥିଲା । ଲାଲବାଗ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ରଶ୍ମିରାଣୀ ପଣ୍ଡାଙ୍କ ପୌରୋହିତ୍ୟରେ ଏଥିରେ ସରପଞ୍ଚ ଜୟଦେବ ରାଉତ, ସମିତିସଭ୍ୟା ପ୍ରତିନିଧି ସନ୍ତୋଷ ରାଉତ, ସିଆରସିସି ସୁଶାନ୍ତ କୁମାର ପଣ୍ଡା, ପ୍ରଧାନଶିକ୍ଷକ ଅଶ୍ଵିନୀ କୁମାର ପଣ୍ଡା, ରାମଚନ୍ଦ୍ର ସାହୁ, ଶିକ୍ଷୟିତୀ ସନ୍ଧ୍ୟାରାଣୀ ଜେନା, ଅଭିଭାବକ ହେମନ୍ତ କୁମାର ରାଉତ, କନିଷ୍ଠ ଯନ୍ତ୍ରୀ ସମତା ଦେବତା, ବିଭୁ ଦତ୍ତ ରାଉତରାୟ, କନିଷ୍ଠ ଯନ୍ତ୍ରୀ ଏନ୍.ବି. ଦଳବେହେରାଙ୍କ ସମେତ ଶିକ୍ଷାବିଭାଗର କର୍ମଚାରୀମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ୫-ଟି ଯୋଜନାରେ ରୂପାନ୍ତରଣ କାର୍ଯ୍ୟ ପାଇଁ ସାମିଲ ହୋଇଥିବା ସ୍କୁଲ ଗୁଡିକରେ ଅତିକମ୍ ରେ ୪ଟି ଛାତଘର କୋଠରୀ ନିତ୍ୟାନ୍ତ ଆବଶ୍ୟକ । ଏହି ଚାରୋଟି କୋଠରୀ ମଧ୍ୟରୁ ଦୁଇଟି କୋଠରୀରେ ଡିଜିଟାଲ ଶ୍ରେଣୀଗୃହ, ଗୋଟିଏ କୋଠରୀରେ ଇ-ଲାଇବ୍ରେରୀ ଏବଂ ଅନ୍ୟ ଗୋଟିଏ କୋଠରୀରେ ବିଜ୍ଞାନଗାର କରାଯିବ । ହେଲେ ସଂପୃକ୍ତି ହୋଇଥିବା ବିଦ୍ୟାଳୟ ଗୁଡିକର ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ରୂପାନ୍ତରିଣ କାର୍ଯ୍ୟକ୍ରମ ପାଇଁ ଅଧିକ ଅନୁଦାନ ଆବଶ୍ୟକ ହୋଇପଡିଛି । ଏହି ୯ଟି ବିଦ୍ୟାଳୟ ମଧ୍ୟରୁ ୩ଟି ବିଦ୍ୟାଳୟ ତଥା ଦାଉଦପୁର ପଞ୍ଚାୟତ ବୋଧଙ୍ଗରେ ଥିବା ଶକୁନ୍ତଳା ବିଦ୍ୟାନିକେତନ, ବୁହାଳଠାରେ ଥିବା ଦୁର୍ଯ୍ୟୋଧନ ବିଦ୍ୟାପୀଠ ଓ କଟରପଡାରେ ଥିବା କ୍ଷେତ୍ରମୋହନ ବିଦ୍ୟାପୀଠର ଭିତ୍ତିଭୂମି ସୁଦୃଢ ଥିବାରୁ ଏଠାରେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *