ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି

Spread the love

ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଏନେଇ ଆଜିଠୁ ଆରମ୍ଭ ହେବ ପ୍ରସ୍ତୁତି ପର୍ବ । ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ ବଡ଼ସିଂହାର ବେଶ ପରେ ଭୋଗ ହୋଇ ପହୁଡ଼ ଆଳତି ହେବ । ଏହାପରେ ଶ୍ରୀ ମୁଖ ଖଣ୍ଡୁଆ ଓ ବାହୁଟ କଂଟ ସରିବା ପରେ ହେବ ଚାର ବନ୍ଧା କାର୍ଯ୍ୟ । ଦିନ ୧ଟା ସୁଦ୍ଧା ସେନାପଟା ଲାଗି ନୀତି କରାଯିବ ବୋଲି କହିଛନ୍ତି ଦଇତାପତି ସେବାୟତ । ପରମ୍ପରା ଅନୁଯାୟୀ ଜ୍ୟୋଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଦଇତା ପ୍ରବେଶ ନୀତି ହୋଇଥାଏ । ସମସ୍ତ ଦଇତାପତି ଗୋଷ୍ଠୀଗତ ଭାବେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି ।

Leave a Reply

Your email address will not be published. Required fields are marked *