ଥମୁନି ଡ଼ିଲ ପଲିଟିକ୍ସ ଝଡ଼

Spread the love

() ରାଜ୍ୟରେ ଥମୁନାହିଁ ଡ଼ିଲ ପଲିଟିକ୍ସ ଝଡ଼। ଏହି ପ୍ରସଙ୍ଗରେ ବିରୋଧି ଦଳ ନେତା ଉଭୟ ବିଜେଡ଼ି ଓ କଂଗ୍ରେସକୁ କରିଚାଲିଛନ୍ତି ଟାର୍ଗେଟ  । ଶାସକ ଦଳ ରାଜ୍ୟରେ ଡ଼ିଲ ଓ ଦିଲ୍ଲୀରେ ମ୍ୟାନେଜ କରି ସରକାର ଚଲାଉଥିବାର ପୁଣି ସାଂଘାତିକ  ଅଭିଯୋଗ। ଯାହାକୁ ବିଜେଡ଼ି କାଉଣ୍ଟର କରି କହିଛି,୨୦୧୪ରେ ବିଜେପି କଂଗ୍ରେସ ମଧ୍ୟରେ ପଦ୍ମପୁର ଡିଲ ହୋଇଥିଲା । ଆଉ ବିଜେପି ଜିତିଥିଲା। ଉଭୟଙ୍କ ପ୍ରତିକ୍ରିୟାକୁ କଡ଼ା ଶବ୍ଦରେ ସମାଲୋଚନା କରିଛି କଂଗ୍ରେସ । ଡିଲ ଆମେ କରିନୁ ବରଂ ପଦ୍ମପର ଓ ଧାମନଗରରେ ଉଭୟ ବିଜେଡ଼ି ଓ ବିଜେପି ବୁଝାମଣା କରିଥିବା କହିଛି କଂଗ୍ରେସ।

ଡ଼ିଲ ବିଗାଡ଼ୁଛି କି ରାଜନୈତିକ ଅଙ୍କ? ବିଜେଡ଼ି-ବିଜେପି-କଂଗ୍ରେସ କିଏ କାହା ସହ କରୁଛି ଡ଼ିଲ? କେଉଁ ମୋଡ଼ ନେବ ରାଜ୍ୟ ରାଜନୀତିର ଭବିଷ୍ୟତ? ୮ ତାରିଖ ଫଳାଫଳ ପରେ ଭୋଟ ଡାଇଭଟ୍ ହେଲା କି ଡିଲ୍ ତାକୁ ନେଇ ଜାରି ରହିଛି ବୟାନବାଜି। ଆଉ ସେହି ନିଆଁରେ ଘିଅ ଢାଳୁଛନ୍ତି ବିରୋଧି ଦଳ ନେତା । ଉଭୟ ବିଜେଡ଼ି ଓ କଂଗ୍ରେସ ମୁଖିଆଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ କହିବା କଥା, ବିଜେଡ଼ି ସଲାସୁତରା ରାଜନୀତି କରୁଛି । ରାଜ୍ୟରେ ଡ଼ିଲ ଓ ଦିଲ୍ଲୀରେ ମ୍ୟାନେଜ ପଲିଟିକ୍ସ କରୁଛି ନବୀନଙ୍କ ଦଳ। କେନ୍ଦ୍ର ସରକାରଙ୍କ ସବୁ ବିଲରେ ଆଗୁଆ ସମର୍ଥନ କରୁଛି ବିଜେଡ଼ି। ଖାଲି ଏତିକି ନୁହେଁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି କଂଗ୍ରେସ ଭିତିରି ବୁଝାମଣା ଫଳରେ ସରକାର ଗଠନରୁ ଅଳ୍ପକେ ବଞ୍ଚିତ ହେଲା ବିଜେପି ବୋଲି ଅଭିଯୋଗ କରିଛନ୍ତି ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର।

ସେପଟେ ବିଜେପିକୁ କଡା ଜବାବ ଦେଇଛି  ବିଜେଡ଼ି । ବିଜେଡ଼ି ଡ଼ିଲ ନୁହଁ ଲୋକଙ୍କ ସହ ରହି ନିର୍ବାଚନ ଲଢେ ବୋଲି କହିଛନ୍ତି ପଶ୍ଟିମ ଓଡ଼ିଶାର ଟାଣୁଆ ନେତା ସୁଶାନ୍ତ ସିଂ । ପଦ୍ମପୁରରେ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଦିପ ପୁରୋହିତ ସତ୍ୟଭୁଷଣଙ୍କ ସହ ଡ଼ିଲ କରି ଜିତିଥିଲେ । ଏମିତି କି ଧାମନଗରରେ ରାଜୁ ଦାସଙ୍କ ସହ ବୁଝାମଣା କରି ବିଜେପି ଜିତିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତ । ଏପଟେ କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ କଡ଼ା ସମାଲୋଚନା କରିଛି । ଡ଼ିଲ କଂଗ୍ରେସ ସହ ନୁହଁ ବରଂ ବିଜେଡ଼ି ଓ ବିଜେପି ଭିତରେ ହୋଇଛି । ଫଳରେ ଧାମନଗର ବିଜେପି ଓ ପଦ୍ମପୁର ବିଜେଡ଼ି ନିଜ ପାଖ ପାଖରେ ରଖି ପାରିଛନ୍ତି ।

ତେବେ କଂଗ୍ରେସ ଭୋଟ ବିଜେଡ଼ିକୁ ଯାଉଛି ନା ବିଜେପି ଖାତାକୁ ଯାଉଛି । ତାକୁ ନେଇ ସବୁବେଳେ ରାଜନୈତିକ ଅଙ୍କ କଷା ଚାଲୁଥିବା ବେଳେ ଦଳର ଅନେକ ନେତୃତ୍ୱ କଂଗ୍ରେସ ହାଇ କମାଣ୍ଡ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କଲେଣି । ତେବେ ଆଗକୁ ଦେଖିବା ବାକି ରହିଲା ଡ଼ିଲ ପଲିଟିକ୍ସ ଭିତରେ ରାଜ୍ୟ କଂଗ୍ରେସର ଅସ୍ଥିତ୍ୱ ଅଦୃଶ୍ୟ ହୋଇଯିବନି ତ ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *