କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା : ମୁଖ୍ୟମନ୍ତ୍ରୀଙ୍କ ୬ଲକ୍ଷ ଟଙ୍କା ସହୟତା ଘୋଷଣା

Spread the love

ଅନୁଗୁଳ ଜିଲ୍ଲା ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ୮ ବର୍ଷ ବାଳକର ମୃତ୍ୟୁ ଘଟିଛି । ମୃତକ ସେହି ଗାଁର ସମୀର ନାୟକ । ବାଳକଙ୍କୁ କୁମ୍ଭୀର ଟାଣିନେବା ସମୟରେ ସ୍ଥାନୀୟ ଲୋକେ ଶିଶୁକୁ କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ ମଧ୍ୟ ତାର ମୃତ୍ୟୁ ହୋଇଯାଇଛି । ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ଟିକରପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସେପଟେ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିସହ ମୃତ ବାଳକର ପରିବାରକୁ ୬ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  

Leave a Reply

Your email address will not be published. Required fields are marked *