ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିରେ ବିଳମ୍ବ

Spread the love

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିରେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଂଟା ଘଂଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡିଛି ଭକ୍ତଙ୍କୁ । ବିଳମ୍ବରେ ଦ୍ୱାର ଫିଟା ଯୋଗୁଁ ନୀତିରେ ବିଳମ୍ବ ହୋଇଥିଲା । ଫଳରେ ଦର୍ଶନ ପାଇଁ ଦୂରଦୁରନ୍ତରୁ ଆସି ବ୍ୟାରିକେଡରେ ଲମ୍ବା ଧାଡିରେ ଘଂଟା ଘଂଟା ଧରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୁରୀ ଏସପି କେ. ବିଶାଲ ସିଂହ କହିଛନ୍ତି ଯେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ପାଇଁ ଚାରି ଦ୍ୱାର ଦେଇ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *