ଡିଲିମିଟେସନକୁ ନବୀନଙ୍କ ବିରୋଧ- ଷ୍ଟାଲିନଙ୍କ ନିମନ୍ତ୍ରଣକୁ ରକ୍ଷା କରି ସାମିଲ୍ ହେବେ ନବୀନ

ଡିଲିମିଟେସନର ସ୍ୱତନ୍ତ୍ର ବୈଠକକୁ ଯିବେ ନବୀନ। ଆସନ୍ତା ୨୬ରେ ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକକୁ ଯିବାକୁ ନବୀନ ନିବାସ ଯାଇ ନିମନ୍ତ୍ରଣ ଜଣାଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସାଂସଦ ଦୟାନିଧି ମାରନ ଓ ତାମିଲନାଡ଼ୁ ଆଇଟି ମନ୍ତ୍ରୀ। ୨୦୨୬ରେ ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣ ବୈଠକରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ରୁ୮ ରାଜ୍ୟ ସାମିଲ୍ ହେବାର ଆଶଙ୍କା ରହିଛି। ଆଉ ଏଭଳି ଡିଲିମିଟେସନ ପ୍ରକ୍ରିୟାକୁ ବିରୋଧ କରି ୨୬ ବୈଠକକୁ ଯିବାକୁ ସହମତି ଦେଇଛନ୍ତି ନବୀନ। ବିଜେଡି ଏଥିରେ ସାମିଲ୍ ହେବ। କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି, ଏହାର ବିରୁଦ୍ଧରେ ସମସ୍ତ ଗଣତାନ୍ତ୍ରିକ ଓ ଆଞ୍ଚଳିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ଷ୍ଟାଲିନ୍। ଡିଲିମିଟେସନ ହେଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛି ବିଜେଡି। ଆନୁପାତିକ ଭାବେ ସାଂସଦ ଓ ବିଧାନସଭାରେ ଯେଉଁ ଆସନ ପାଇବା କଥା, ଓଡ଼ିଶା ହରାଇବ। ଓଡ଼ିଶାରେ ବାସ୍ତବରେ କଅଣ କ୍ଷତି ହେବ, ସେ ନେଇ ଭୁବନେଶ୍ୱରରେ ଖୁବ ଶୀଘ୍ର ବୈଠକ ହେବ ବୋଲି ବିଜେଡି କହିଛି। ଏ ନେଇ ବ୍ୟାପକ ଆଲୋଚନା ହେବ। ଏହାଦ୍ୱାରା ଯେଉଁ କ୍ଷତି ହେବ,ତାହାର କ୍ରାଇଟେରିଆ ଓ ମୋଡାଲିଟି ଆଧାରରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା। ଡିଏମକେ ଦଳ ଆନ୍ଧ୍ର, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ପଞ୍ଜାବ ଓ ପଶ୍ଚିମବଙ୍ଗରେ ଥିବା ରାଜନୈତିକ ଦଳରୁ ସମର୍ଥନ ବି ଲୋଡ଼ିଛି। ସୀମା ପୁନଃନିର୍ଦ୍ଧାରଣ ପରେ ଏସବୁ ରାଜ୍ୟ ଲୋକସଭା ଆସନ ହରାଇବ ବୋଲି ଆଶଙ୍କା ରହିଛି। ଏହି ମୁଦ୍ଦାକୁ ନେଇ କେନ୍ଦ୍ର ବିରୁଦ୍ଧରେ ଲଢ଼େଇ ଲାଗି ସମସ୍ତ ସମଚିନ୍ତାଧାରା ଦଳକୁ ଏକଜୁଟ୍ ଲାଗି ଅଣ୍ଟା ଭିଡ଼ିଛି ଡିଏମକେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *