ଦାୟିତ୍ୱ ଦିଆ ନିଆ ବେଳେ ଅଫିସିଆଲ କାଇଦାକୁ ଉଲ୍ଲଘଂନ କଲେ ବିଦାୟୀଏସପି

Spread the love

ରାଉରକେଲା : ରାଉରକେଲା ଏସପି ମୁକେଶ କୁମାର ଭାମୁ ଏଠାରୁ ସମ୍ବଲପୁରକୁ ବଦଳି ହୋଇଥିବା ବେଳେ, କେନ୍ଦୁଝର ଏସପି ରାଉରକେଲାକୁ ବଦଳି ହୋଇ ଆସିଲେ । ହେଲେ ଗତକାଲି ଏସପି ରାଉରକେଲା ଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯିବା ପରେ ଆଜି ଏଠାରେ ଦାୟିତ୍ୱ ଦିଆ ନିଆ ପର୍ବ ଆରମ୍ଭ ହୋଇଥିଲା ରାଉରକେଲା ଏସପି ଅଫିସରେ । ହେଲେ ଦାୟିତ୍ୱ ଦିଆ ନିଆ ବେଳେ ରାଉରକେଲାର ବିଦାୟୀ ଏସପି ଶ୍ରୀ ଭାମୁ ସିଭିଲ ପୋଷାକରେ ରହିଥିବା ଓ ନୁଆ ଏସପି ୟୁନିଫର୍ମରେ ରହିବା ଘଟଣା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହେବା ସହ ଏହା ସଂପୁର୍ଣ ଅଫିସିିଆଲ ଡେକୋରମର ଖୋଲା ଉଲ୍ଲଘଂନ । ସେ ପୁଣି ଜଣେ ବରିଷ୍ଠ ଆଇପିଏସଙ୍କ ସମ୍ମୁଖରେ ଯିଏ କି ରାଉରକେଲାର ନୁଆଏସପି ହୋଇ ଆସିଛନ୍ତି ତାଙ୍କ ସମ୍ମୁଖରେ ହେଲା । ସାଧାରଣ ଲୋକେ ଭୁଲ କଲେ ଯେଉଁ ପୁଲିସି ଦଣ୍ଡ ବିଧାନ ଲାଗି ତତ୍ପର ହେଉଛି ତେବେ ପୁଲିସି ଯଦି ଏଭଳି ଭୁଲ କଲେ ତାକୁ ଦେଖିବ କିଏ ବୋଲି ପ୍ରଶ୍ନ ହେଉଛି । ଏହି ପର୍ବ ପରେ ଏହା ଏବେ ସମଗ୍ର  ଜିଲ୍ଲାରେ ଆଲୋଚନା ଆରମ୍ଭ ହେବା ସହ ଏ ଦିଗରେ ଡିଜି ପୁଲିସି କି ପ୍ରକାର ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା । ଅନ୍ୟପକ୍ଷରେ ଶ୍ରୀ ଭାମୁ କୁଆଡେ କେନ୍ଦୁଝର ଏସପି ହୋଇ ଯିବାକୁ ଚାହୁଁ ଥିଲେ ଯାହା ସରକାର କଲେ ନାହିଁ ବୋଲି ଆଲୋଚନା ଚାଲିଛି । ସେତ ବଦଳି ହୋଇ ଚାଲି ଗଲେ ନୁତନ ଏସପି ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇ ଯାଉଛନ୍ତି ସେ ମଧ୍ୟ ଖୁବ ଶିଘ୍ର ଏଠାରୁ ଯିିବେ ଆଉ ଜଣେ ଏସପି ଙ୍କୁ ପୁଣି ରାଉରକେଲା ଦାୟିତ୍ୱ ନେବାକୁ ପଡିବ ବୋଲି କୁହାଯାଉଛି । ତେବେ ଶ୍ରୀ ଭାମୁ ସିନା ବଦଳି ହୋଇ ଚାଲି ଗଲେ ହେଲ ତାଙ୍କ ସମୟରେ ହୋଇଥିବା ହୋଟେଲ ଡିଲକ୍ସ ଗଳି ହତ୍ୟା କାଣ୍ଡ, ଓଭରବ୍ରିଜ ଉପରେ ହୋଇଥିବା ଗୁଳିକାଣ୍ଡର ହତ୍ୟା ମାମଲା ଓ ବ୍ରହ୍ମଣୀ ତରଙ୍ଗରେ ହୋଇଥିବା ଗୁଳିକାଣ୍ଡ ଓ ହତ୍ୟା ମାମଲାର ପର୍ଦ୍ଦାଫାସ କରିପାରିଲେନି । ୨ବର୍ଷ ବିତିଗଲା ହେଲେ କଥା ସେମିତି ରହିଗଲା । ରାଉରକେଲା ପୁଲିସି ଏହା ଭିତରେ ଅନେକ ଅସଜଡା ଓ ମନମାନି ଭିତରେ ଏକ ପ୍ରକାର ଦିଗହରା ହୋଇସାରିଛି । ଦେଖାଯାଉ ନୂତନ ଏସପି ଏହାକୁ ସଜାଡି ଜିଲ୍ଲାପୁଲିସି କୁ ପୁଣି ମୁଖ୍ୟ ସ୍ରୋତକୁ ଆଣି ସାଧାରଣ ଜନତାଙ୍କୁ ସେବା ଦେବାରେ ସହାୟକ ହେବେ ବୋଲି ଆଶା ପ୍ରକାଶ କରାଯାଉଛି ।

Leave a Reply

Your email address will not be published. Required fields are marked *