୬ ମାସ ହେବ ଭତାରୁ ବଞ୍ଚିତ ସର, ସରପଞ୍ଚ ଶଶୁରଙ୍କ ଦବଙ୍ଗଗିରି, ନ୍ୟାୟ ମାଗୁଛି ନାତି

କୋରେଇ : କୋରାଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପଥରପଦା ସରପଞ୍ଚଙ୍କ ଶଶୁର ଯେ କି ଜଣେ ସରକାରୀ କର୍ମଚାରୀ ଦବଙ୍ଗକରି କରି ଗାଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି । ଗାଳିର ଶିକାର ହୋଇଥିବା ମହମ୍ମଦ ଜମାଲପୁର ଗ୍ରାମର ସର ପରିଡାଙ୍କ ନାତି ଦିଲ୍ଲୀପ କୁମାର ପରିଡା ଏଭଳି ଗୁରୁତର ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ମହମ୍ପଦ ଜମାଲପୁର ଗ୍ରାମର ସର ପରିଡା ଜଣେ ଜଣେ ଭତାଧିକାରୀ । ବୟସ ୮୦ ଛୁଇଁଲାଣି । ସେ ସରକାରୀ ଯୋଜନାରେ ଭତା ପାଉଥିଲେ । ହେଲେ ଆଜକୁ ୬ମାସ ହେବ ଭତା ପାଇବାରୁ ବଞ୍ଚିତ ଅଛନ୍ତି । ଯାହା ଫଳରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡିଲେ ବି କିଛି ସୁଫଳ ମିଳୁନାହିଁ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦାବି ମୁତାବକ ସମସ୍ତ କାଗଜଦି ବାରମ୍ବାର ଦେଲେ ମଧ୍ୟ କିଛି ହେଉନାହିଁ । ସରଙ୍କ ବୟସାଧିକ କାରଣରୁ କେତେବା ପଞ୍ଚାୟତ କାର୍ଯ୍ୟାଳୟ ଧାଇଁବେ । ବାରମ୍ବାର କାଗଜ ଦେଲେ ବି କିଛି ହେଉନାହିଁ । କେବଳ ବ୍ଳକକୁ ପଠାଇଛୁ ଆଉ ଥରେ ଦିଅ କହି ଦିନ ଗଡି ଚାଲିଛି । ବୁଧବାର ସର ତା ନାତି ସହ ଆସି କାହାରିକୁ ନପାଇ ପଞ୍ଚାୟତ କାର୍ଯ୍ୟାଳୟରୁ ଫେରିଛି । ପୁଣି ନାତି ଦିଲ୍ଲୀପ ଗରୁବାର ଦିନ ଆସି ଏସର୍ମ୍ପକରେ ପିଇଓଙ୍କୁ ପଚାରିବାରୁ ସେ ବ୍ଲକ ଯିବାକୁ କହିଥିଲେ । ଏନେଇ ଆଲୋଚନା ବେଳେ ସରପଞ୍ଚଙ୍କ ଶଶୁର (ଯେକି ଜଣେ ସରକାରୀ କର୍ମଚାରୀ) ପାଣିକୋଇଲଇ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁଦର୍ଶନ ପରିଡା ନିଜ କାର୍ଯ୍ୟାଳୟ ଛାଡି ସେଠାରେ ଉପସ୍ଥିତ ରଖି ଦିଲ୍ଲୀପକୁ ଗାଳି ଗୁଲଜ କରିଥିଲେ । ଯାହା ଫଳରେ ନ୍ୟାୟ ପାଇଁ ଦିଲ୍ଲୀପ ସମାଜିକ ଗଣମାଧ୍ୟମରେ ନ୍ୟାୟ ଭିକ୍ଷା କରିଛନ୍ତି । ଏନେଇ ପଥରପଦା ପିଇଓ ନାରାୟଣ ପ୍ରଧାନଙ୍କୁ ପଚାରିବାରୁ ସରଙ୍କ ଭତା ବାକି ରହିଛି । କାଗଜାଦି ତୃଟି ଯୋଗୁ ଏଭଳି ହୋଇଥିବା ବେଳେ ତାହା ଆସନ୍ତା ମାସକୁ ଆସିଯିବ ବୋଲି କହିଥିଲେ । ପାଟିତୁଣ୍ଡ ନେଇ ସେଭଳି କିଛି ହୋଇନାହିଁ ସାମନ୍ୟ କଥାକୁ ନେଇ ଉଚ୍ଚବାଚ ହୋଇଛି ବୋଲି କହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *