ଅବଧି ସରିଲା, ଆଗକୁ ମୌସୁମୀ ବର୍ଷା, ଅଧାରେ ଅଟକିଛି ଗ୍ରାମ ଉନ୍ନୟନ ବିଭାଗ ରାସ୍ତା, କାର୍ଯ୍ୟ ସରିବା ନେଇ ପ୍ରଶ୍ନବାଚୀ

Spread the love

କୋରେଇ : ଗ୍ରାମ୍ୟ ଉନ୍ନୟନ ରାସ୍ତା କାମ ସରିବା ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ଅବଧି ସରିବ କିନ୍ତୁ ଭୁଇଁରୁ ଉଠିନି ପୋଲ କାମ । ଫଳରେ ୪ଟି ଗ୍ରାମର ଗ୍ରାମବାସୀ ଏବେ ଚିନ୍ତାରେ । ବର୍ଷା ହେଲେ ଯାତାୟତ ସମ୍ପୂର୍ଣ୍ଣ ଠପ ହେବ । ପୋଲ କାମ ବନ୍ଦ ଥିବାରୁ ଉଭୟ ଗ୍ରାମ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ଠପ ହେବ । ବାରମ୍ବାର ତାଗିଦ ସତ୍ୱେ ଠିକାଦାରଙ୍କ ଖାମଖିଆଲି ନିତୀ ଯୋଗୁ କାମ ବନ୍ଦ ହୋଇ ପଡିଛି । ଅବଧି ସରିବାକୁ ମାତ୍ର ଦୁଇ ଦିନ ବାକି ରହିଛି । କିନ୍ତୁ ଠିକାଦାର କାମ ନକରି ସମ୍ପୂର୍ଣ୍ଣ କାମ ବନ୍ଦ ରଖିଛି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କଲା ପରେ ମଧ୍ୟ ଆଜି କାଲି କହି କାମ ବନ୍ଦ ରହିଛି । ବର୍ଷା ଦିନ ଆସିବାକୁ ବସିଲାଣି । ତ୍ୱରୀତ କାମ ନସାରିଲେ ଗ୍ରାମବାସୀଙ୍କ ଯାତାୟତ ଠପ ହେବ । ପ୍ରକାଶଯେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଲରୀ ନହକା ରାସ୍ତାର ଓଚିନ୍ଦା, ମୁଲରୀ, ଖସାଗଡିଆ, ତାଜପୁର ଗ୍ରାମ ଦେଇ ଯାଇଥିବା ରାସ୍ତାଟି ପିଚୁ ଓ କଂକ୍ରିଟ ହୋଇଥିଲା । ଏହାର ପ୍ରଶସ୍ଥି କରଣ ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗଭୁକ୍ତ କରାଯିବା ସହ ଓଚିନ୍ଦା ମୁଲରୀ ମଧ୍ୟରେ ଏକ ପୋଲ କାମ କରାଯିବାକୁ ନିଷ୍ପତି ହୋଇଥିଲା । ପାଣିକୋଇଲି ପୂର୍ବକୋଟ ପିଡବ୍ଲ୍ୟୁଡି ରାସ୍ତା ଠାରୁ ଏନ,ଏଚ ୨୧୫ ଭାୟା ଓଚିନ୍ଦା, ମୁଲର. ବେଗନା, ମୃତ୍ୟୁଜୟପୁର ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ପ୍ୟାକେଜ ନମ୍ବର ଓଆର ୧୩-୩୯୬ରେ ନିଷ୍ପତି କରାଥିଲା । ଏନେଇ କାମ ଆରମ୍ଭ ହୋଇଥିଲା । ରାସ୍ତାର ଦୈର୍ଘ୍ୟ ୫.୭୭୦କିମି, ମିର୍ମାଣ ଅଟକଳ ୩୫.୪୭ ଲକ୍ଷ କରାଯାଇଛି । ପାଂଚ ବର୍ଷିୟା ରକ୍ଷଣା ବେକ୍ଷଣ ପାଇ ୨୦.୬୫ ଲକ୍ଷ ଅଟକଳ କରାଯାଇଥିଲା । ନିର୍ମାଣ ଅବଧି ୨୦୨୨ ଅଗଷ୍ଟ ୨୫ରୁ ଆରମ୍ଭ କରାଯାଇ ୨୦୨୩ ଜୁନ ୨୫ ତ।।ରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସ୍ଥିର ହୋଇଥିଲା । ଯାହା ସୂଚନା ଫଳରେରେ ସୂଚିତ କରାଯାଇଛି । ହେଲେ ରାସ୍ତାରେ ଯେଉଁଠାରେ କଂକ୍ରିଟ କରାଯିବା କଥା ତାହା କରାଯାଇଛି । ଓଚିନ୍ଦା -ମୁଲରୀ ପୋଲ କାମ କେବଳ ପ୍ଲିନ୍ଥ ପକାଯାଇ ଛାଡି ଦିଆଯାଇଛି । ପିଚୁ ଥିବା ସ୍ଥାନ ଗୁଡିକୁ ଖୋଳାଯାଇ ପ୍ରଶସ୍ତିକରଣ କରାଯାଇ ମେଂଟାଲ ଦିଆଯାଇଛି । କିନ୍ତୁ ପିଚୁ କରାଯାଉ ନାହିଁ । ଫଳରେ ମେଂଟାଲ ଉଠି ଯାତାୟତ ବାଧାପ୍ରାପ୍ତ ହେଉଛି । ଏମିତିକିି ପୋଲ ନିକଟରେ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଅସରାଏ ବର୍ଷା ହେଲେ ଯାତାୟତ ଠପ ହୋଇଯାଉଛି । ଆଗକୁ ବର୍ଷା ଦିନ ଆସୁଛି । ତ୍ୱରୀତ ପୋଲ କାର୍ଯ୍ୟ ନସାରିଲେ ଓଚିନ୍ଦା, ମୁଲରୀ ଗ୍ରାମ ମଧ୍ୟରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଲୋକମାନେ ଚାଷ କାର୍ଯ୍ୟ କରିବାକୁ ଆସିପାରିବେନି । ଏଭଳି ସ୍ଥିତିରେ ଠିକାଦାରରଙ୍କ କାମ ଛାଡି ଯିବା ଓ ବିଭାଗୀୟ ଉଦାସିନତାର ଶିକାର ହେବେ ୪ଖଣ୍ଡି ଗ୍ରାମବାସୀ । ଯଦି ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାନଯାଏ ତାହେଲେ ୪ଗ୍ରାମର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *