ନେଭାର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ କାର୍ଯ୍ୟକାରୀ ବାଚସ୍ପତି

Spread the love

ଭୁବନେଶ୍ୱର : ଆଜି କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଓ ନ୍ୟାସ୍ନାଲ ଇ-ବିଧାନ (ନେଭା)ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପେପରଲେସ୍ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ବିଧାନସଭା ଗୃହର ସମସ୍ତ ସଦସ୍ୟମାନଙ୍କ ଟେବୁଲ୍ ରେ କମ୍ପ୍ୟୁଟର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି । ଆସନ୍ତା ଏକ ମାସ ମଧ୍ୟରେ ଏହି କାର୍ଯ୍ୟର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ଏଥି ପାଇଁ ପୂର୍ତ ବିଭାଗର ଆର ଆଣ୍ଡ ବି ଡିଭିଜନ୍ -୧ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଓକାକ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜାତୀୟ ସୂଚନା କେନ୍ଦ୍ର, ଭୁବନେଶ୍ୱରର ବୈଷୟିକ ନିର୍ଦ୍ଦେଶକ, ଆର ଆଣ୍ଡ ବି ଡିଭିଜନ୍ ର ଅଧିକ୍ଷଣ ଯନ୍ତ୍ରୀ ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *