ଯାଜପୁର: ଆରମ୍ଭ ହୋଇଛି ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ନବରାତ୍ର ପୂଜାରେ ସକାଳୁ ମାଙ୍କୁ ସିଂହାସନରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମାଙ୍କ ମୁଖ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମାଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଗତକାଲି ମାଙ୍କ ରଥଟଣା ଆରମ୍ଭ ହୋଇଛି । ବିଶ୍ୱାସ ରହିଛି ମାଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବ । ସେପଟେ ପ୍ରତିଦିନ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ଭୋରୁ ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଆଙ୍କ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। । ପ୍ରତିଦିନ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଉଛି । ସୋମବାର ସଂଧ୍ୟାରେ ମାଙ୍କ ରଥଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ପାଇଁ ରଥଯାତ୍ରା ରେ ଭକ୍ତଙ୍କୁ ସାମିଲ କରାଯାଇନଥିଲା । ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ କରାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ନବରାତ୍ରରେ ମାଙ୍କ ପାଦଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଏଥିପାଇଁ କାହିଁ କେତେ ଦୂର ଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ । ମାଙ୍କ ମୁଖ ଦର୍ଶନ ପରେ ବେଶ ଆନନ୍ଦ ଅନୁଭବ କରିଥିଲେ ଶ୍ରଦ୍ଧାଳୁ ।
ମା ବିରଜାଙ୍କ ପୀଠରେ ନବରାତ୍ର ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ପ୍ରତିପଦା ଠାରୁ ମାଆଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ଠାରୁ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ମନ୍ଦିର ଚତୁଃପାଶ୍ୱର୍ରେ ପରିକ୍ରମା କରିବେ ମା। ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି ।
ମାଙ୍କ ପୀଠରେ ଚାଲିଥିବା ଏହି ସ୍ୱତନ୍ତ୍ର ପୂଜା ଓ ରଥଯାତ୍ରା ପଂଳରେ ସମଗ୍ର ଅଂଚଳରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now