ନୂତନ ଧର୍ମଶାଳା ନିର୍ମାଣ କାର୍ଯ୍ୟ ଆରମ୍ଭ

Spread the love

ପୁର: ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କ ରହିବା ପାଇଁ ଆରମ୍ଭ ହୋଇଛି ନୂତନ ଧର୍ମଶାଳା ନିର୍ମାଣ କାର୍ଯ୍ୟ। ପୁରୀ ବାସେଳୀ ସାହି ଥାନା ନିକଟରେ ନିର୍ମାଣ ଚାଲିଥିବା ଏହି ଧର୍ମଶାଳାରେ ଭକ୍ତମାନେ କମ ମୂଲ୍ୟରେ ରହି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ୧୨୦ କୋଟି ଟଙ୍କା ବ୍ୟୟରେ ୧୦ ଏକର ଜାଗାରେ ଚାରି ମହଲା ବିଶିଷ୍ଟ ୬ଟି ବହୁତଳ ପ୍ରାସାଦ ନିର୍ମାଣ କରାଯାଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ବାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିଲାବେଳେ ୨୦୨୪ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବାର ଆଶା ରଖାଯାଇଛି।

ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁ ଏଣିକି ପୁରୀରେ ରହଣୀ ପାଇଁ ଭୋଗିବେ ନାହିଁ ଅସୁବିଧା।  ସ୍ବଳ୍ପ ମୂଲ୍ୟରେ ଭକ୍ତଙ୍କୁ କୋଠରୀ ଯୋଗାଇଦେବା ପାଇଁ ଆରମ୍ଭ ହୋଇଛି ନୂତନ ଧର୍ମଶାଳା ନିର୍ମାଣ କାର୍ଯ୍ୟ। ପୁରୀ ମଙ୍ଗଳାଘାଟ ସ୍ଥିତ ବାସେଳୀ ସାହି ଥାନା ନିକଟରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ଏହି ଧର୍ମଶାଳା ନିର୍ମାଣ କାର୍ଯ୍ୟ ଚାଲିଛି। ମୋଟ ୧୦ ଏକର ଜାଗାରେ ୧୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚାରି ମହଲା ବିଶିଷ୍ଟ ୬ଟି ବହୁତଳ ପ୍ରାସାଦ କରାଯାଉଛି। ଆସନ୍ତା ୨୦୨୪ ମସିହା ସୁଦ୍ଧା ଏହି ଧର୍ମଶାଳା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଟାର୍ଗେଟ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାତ୍ରୀଙ୍କ ଆଗମନ ସଂଖ୍ୟା ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ବଢ଼ିଯାଇଛି। ପୂର୍ବରୁ ନରେନ୍ଦ୍ର କୋଣ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବୃନ୍ଦାବତୀ ନିବାସ ମଧ୍ୟ ଉଦଘାଟିତ ହୋଇ ସାରିଛି। ୬ ମହଲା ବିଶିଷ୍ଟ ଏହି ବୃନ୍ଦାବତୀ ନିବାସରେ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ରହଣୀ ପାଇଁ କୋଠରୀର ବ୍ୟବସ୍ଥା ରହିଛି। ଭକ୍ତଙ୍କ ରହଣୀ ପାଇଁ ବୃନ୍ଦାବତୀ ନିବାସ ସହ ମଙ୍ଗଳାଘାଟ ଠାରେ ଚାଲିଥିବା ଧର୍ମଶାଳା ପ୍ରକଳ୍ପକୁ ସବୁ ମହଲରେ ସ୍ବାଗତ କରାଯାଇଛି।

ଜଗନ୍ନାଥ ଧାମରେ ଭକ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସୁବିଧା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପଦକ୍ଷେପକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବିତ ମିଶ୍ର

Leave a Reply

Your email address will not be published. Required fields are marked *