ଢେଙ୍କାନାଳରେ ହାତୀ ଆକ୍ରମଣରେ ନାବାଳକର ମୃତ୍ୟୁ

Spread the love

ଭୁବନେଶ୍ୱର : ଢ଼େଙ୍କାନାଳ ଷଡ଼ଙ୍ଗୀ ରେଞ୍ଜରେ ହାତୀ ଆକ୍ରମଣରେ ଗନ୍ଦିଆ ଆରୁଂହା ଗ୍ରାମର ନାବାଳକର ମୃତ୍ୟୁ ଘଟିଛି । କାଜୁ ଫିଲ୍ଡକୁ ସାଙ୍ଗ ସହ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ଅନୁସାରେ ଆଜି ଦିନ ପ୍ରାୟ ୧୦ଟା ସମୟରେ ଆରୁହାଁ -ଡାଳସିହାଁ ଗ୍ରାମ୍ୟ ରାସ୍ତା ପାର୍ଶ୍ବରେ ଥିବା କାଜୁ ବଣକୁ କାଜୁ ଗୋଟାଇବାକୁ ଯାଇଥିବା ବେଳେ ନାବାଳକ ଜଣଙ୍କ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *